ଜୋନ-୩ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପିକା ଦୀପ

ନୂଆପଡା: ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ବ ହୋଇ ଯାଇଛି । ନୂଆପଡା ଜୋନ-୩ ର ସର୍ବାଙ୍ଗୀନ ଉର୍ନତି ପାଇଁ ଶ୍ରୀମତୀ ଦୀପିକା ଦୀପ ଜିଲ୍ଲା ପରିଷଦ ସଭ୍ୟା ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନୀ ଆୟୋଗ ର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ଶ୍ରୀମତୀ ଦୀପ ନିଜର ସ୍ୱାମୀ ତଥା ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର ଓ ବିଜେଡି ସମର୍ଥକଙ୍କ ସହିତ ଏହି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ଦୀପ ନିଜେ ଜଣେ ଇଞ୍ଜିନିୟର ଅଟନ୍ତି ତେଣୁ ନିଜ ଅଂଚଳରେ ବିଶେଷ ଭାବେ ଶିକ୍ଷା ଓ ସରକାରୀ ଯୋଜନା ସବୁକୁ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ଅହରହ କାର୍ଯ୍ୟ କରିବେ ବୋଲି ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରିଛନ୍ତି । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ଦକ୍ଷ ନେତୃତ୍ୱକୁ ଆଗେଇ ନେବେ ବୋଲି ବୋଲି ଶ୍ରୀମତୀ ଦୀପ ମତ ପ୍ରକାଶ କରିଛନ୍ତି ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.