କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଆସନ୍ତା ପଂଚାୟତ ନିର୍ବାଚନରେ ପ୍ରାର୍ଥୀ ମାନେ ଶିକ୍ଷା ଅଧିକାର ଆଇନର ଶତ ପ୍ରତିଶତ ଅନୁପାଳନ ଓ କାର୍ଯ୍ୟକାରୀ ସହ ନିଜ କ୍ଷେତ୍ରରେ ଶିକ୍ଷାର ବିକାଶ ନେଇ ସର୍ବସାଧାରଣ ଶପଥପତ୍ର ପ୍ରଦାନ ସମ୍ପର୍କରେ କୋରାପୁଟ ସ୍ଥିତ ପ୍ରେସ୍ କ୍ଳବ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଅଛି । ଏହି ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ସର୍ବଦା କାର୍ଯ୍ୟରତ ଥିବା ସୂଚନା ପ୍ରଦାନ କରିଅଛନ୍ତି । ଓଡିଶାର ନବେ ପ୍ରତିଶତ ଜନସାଧାରଣ ଗ୍ରାମାଞ୍ଚଳରେ ବସବାସ କରନ୍ତି ।ସେମାନେ ଆଗାମୀ ପଂଚାୟତ ନିର୍ବାଚନରେ ସେମାନଙ୍କର ପ୍ରତିନିଧି ନିର୍ବାଚିତ କରିବେ । ଶିକ୍ଷା ବିନା ପ୍ରଗତି ଅସମ୍ଭବ । ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ । ଓଡିଶା ଅଭିଭାବକ ଏହି କ୍ରମରେ ସମସ୍ତ ପ୍ରାର୍ଥୀ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବେ, ଯେଉଁମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ । ଏହି କାର୍ଯ୍ୟକ୍ରମର ସଠିକ କାର୍ଯ୍ୟକାରୀ ପାଇଁ ମହାସଂଘ ରାଜ୍ୟସ୍ତରରେ ପ୍ରୟାସ ଜାରି ରଖିବା ସହିତ ବିଭିନ୍ନ ଜିଲ୍ଲା, ସବ ଡିଭିଜନ, ବ୍ଲକ ଗସ୍ତକରି ତୃଣମୂଳ ସ୍ତରରେ କାର୍ଯ୍ୟକlରି କରିବାକୁ ସାମ୍ବାଦିକ ସମ୍ମିଳନୀ ସହ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତୃତ୍ୱଙ୍କୁ ଭେଟି ଦାବୀ ଉପସ୍ଥାପନା କରୁଥିବା ବ୍ୟକ୍ତ କରାଯାଇଅଛି । ତେଣୁ କୋରାପୁଟ ସ୍ଥିତ ପ୍ରେସ କ୍ଳବ୍ ଠାରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଅଛି । ଏଥିରେ ଓଡିଶା ଅଭିଭାବକ ମହାସଂଘ ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ଜେନା, ବରିଷ୍ଠ ସହ ଅଧ୍ୟକ୍ଷ ଶିଶିର କୁମାର ସାହୁ , କୋରାପୁଟ ଜିଲ୍ଲାର ଆବାହକ ଶ୍ରୀ ଦିଲୀପ ମହାନ୍ତି, ସହ ଆବାହକ ସନ୍ତୋଷ ପଲାଇ, ସହ ସମ୍ପାଦକ ନିତ୍ୟାନନ୍ଦ ମହାନ୍ତି ଓ ପୂରେନ୍ଦ୍ର ବାରିକ୍ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଓଡିଶା ଅଭିଭାବକ ମହାସଂଘ ଗଣମାଧ୍ୟମର ସହଯୋଗ ଆଶା ଲୋଡ଼ିଥିବା ପ୍ରତିକ୍ରିୟା ହସ୍ତଗତ ହୋଇଅଛି ।