ନର୍ଲାରେ କରୋନାର ତୃତୀୟ ଲହର ଓମିକ୍ରନ ଆକ୍ରାନ୍ତ ପ୍ରସଙ୍ଗ: ପୁଣି ୧୭ ପଜିଟିଭ ଚିହ୍ନଟ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ରେ ବୁଧବାର ପୁଣି ୮ ଜଣ ଓ ଗୁରୁବାର ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତୃତୀୟ ଲହରରେ ନର୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୬୨ ରେ ଆସି ପହଂଚିଛି । ନର୍ଲା ଅଞ୍ଚଳ ଗତ କରୋନା ସମୟରେ ୨୫୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଓ ୧୦୦ ରୁ ଉର୍ଦ୍ଧ୍ବ କରୋନା ଜନିତ ମୃତ୍ୟୁକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଲୋକେ ଘରୁ ପଦାକୁ ବାହାରି ନଥିଲେ । ଦ୍ଵିତୀୟ ଲହର ରେ ଡେଲଟା ଭାଇରସ ଅନେକ ମୁଣ୍ଡ ନେଇଥିଲା । ଦ୍ୱିତୀୟ ଲହର ପରେ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟରେ ଆସି ପହଂଚିବା ପରେ ଲୋକେ ଆସ୍ୱସ୍ତି ଅନୁଭବ କରିଥିଲେ । ହେଲେ ତୃତୀୟ ଲହର ଆରମ୍ଭ ଓ ନର୍ଲାରେ ଏହାର ପ୍ରଭାବ ନର୍ଲାବାସୀଙ୍କ ନିଦ ହଜାଇ ଦେଇଛି । ଗତ ସପ୍ତାହରେ ବସଷ୍ଟାଣ୍ଡ ସ୍ଥିତ ନର୍ଲାର ମୁଖ୍ୟ ମାର୍କେଟ କମ୍ପ୍ଲେକ୍ସରେ ତିନିଜଣ କରୋନା ପଜିଟିଭ ଚିହ୍ନଟ ପରେ ଉକ୍ତ ମାର୍କେଟ କମ୍ପ୍ଲେକ୍ସକୁ ସପ୍ତାହ ବ୍ୟାପୀ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ବନ୍ଦ ରଖାଯାଇଥିଲା । ତୃତୀୟ ଲହର ଆରମ୍ଭରୁ ନର୍ଲାର ବିଭିନ୍ନ ଅଞ୍ଚଳରେ ୬୨ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବାପରେ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି । ହେଲେ ଏବେ ବିବାହ ସିଜନ ଆରମ୍ଭ ହୋଇଯାଇଥିବାରୁ କରୋନା ସଂକ୍ରମଣକୁ ନେଇ ଯେତେ ଭୟର ବାତାବରଣ ରହିଲେ ମଧ୍ୟ ମାର୍କେଟରେ ଜନ ଗହଳି କମିବାର ନାଁ ନେଉନି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାପ୍ରକଟ କରାଯାଇଛି । ଲୋକେ ମାସ୍କ ଓ ସାନିଟାଇଜର କୁ ଭୁଲି ମୁକ୍ତ ଭାବରେ ବୁଲାବୁଲି କରୁଥିବା ଦୃଶ୍ୟମାନ ହେଉଛି । ଗତକାଲି ବୁଧବାର ନର୍ଲାରେ ପୁଣି ୮ ଜଣ ଓ ଆଜି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ମିଳିଛି । ଏଥିରେ ନର୍ଲା ବ୍ୟାଙ୍କ ଅଫ ଇଣ୍ଡିଆର ତିନି ଜଣ କର୍ମଚାରୀ ରହିଥିବା ବେଳେ ନର୍ଲାରୋଡର ଦୁଇଜଣ ବ୍ୟକ୍ତି ଓ ନର୍ଲା ଆଖପାଖ ଅଞ୍ଚଳରୁ ୩ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପ୍ରଥମ ଲହର ବେଳେ ପିକ୍ ସମୟରେ ଯେମିତି ପ୍ରତିଦିନ ପ୍ରତି ୨୫ ଜଣଙ୍କ ମଧ୍ୟରେ ୨୦ ରୁ ୨୩ ଜଣ ଚିହ୍ନଟ ହେଉଥିଲେ ଏବଂ ପୂର୍ବଦିନ ଅପେକ୍ଷା ପରଦିନ କରୋନା ସଂକ୍ରମଣ ବ୍ୟକ୍ତି ଅଧିକରୁ ଅଧିକ ଚିହ୍ନଟ ହେଉଥିଲେ । ସେହି ଭଳି ନର୍ଲା ଡାକ୍ତରଖାନା ମଧ୍ୟରେ ରହିଥିବା କୋଭିଡ ପରୀକ୍ଷଣ କେନ୍ଦ୍ରରେ ପ୍ରତ୍ୟହ ପୂର୍ବଦିନ ଅପେକ୍ଷା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ଜଣାପଡିଛି । ସତର୍କତା ଅବଲମ୍ବନ ନ କଲେ ପରିସ୍ଥିତି ଆଗକୁ ଆହୁରି ଭୟାବହ ହୋଇପାରେ ବୋଲି ନର୍ଲାର ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.