ଗଣ୍ଡାବାହାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ସରିତା ଅଗ୍ରୱାଲ

ନୂଆପଡା: ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ଆରମ୍ଭ ହୋଇ ଯାଇଛି । ସେହି କ୍ରମରେ ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଗଣ୍ଡାବାହଲି ଗ୍ରାମ ପଂଚାୟତ ର ସର୍ବାଙ୍ଗୀନ ଉର୍ନତି ପାଇଁ ଗମ୍ଭାରୀଗୁଡା ଗାଁର ଶ୍ରୀମତୀ ସରିତା ଅଗ୍ରୱାଲ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ସମର୍ଥକଙ୍କ ସହିତ ସହିପଲା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଗଣ୍ଡାବାହାଲି ଗ୍ରାମ ପଂଚାୟତର ସମସ୍ତ ଜନ ସାଧାରଣଙ୍କ ଆଶୀର୍ବାଦ କାମନା କରି ସଦେବ ଲୋକଙ୍କ ସହିତ ଯୋଡି ହୋଇ ଗ୍ରାମ ପଂଚାୟତକୁ ବିକାଶ ପଥ ରେ ଆଗେଇ ନେବେ ବୋଲି ଶ୍ରୀମତୀ ଅଗ୍ରୱାଲ ମତ ପ୍ରକାଶ କରିଛନ୍ତି ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.