ବିଭିନ୍ନ ବିଦ୍ୟାଳୟରେ କନିଷ୍ଠ ରେଡ଼କ୍ରସ ଶାଖା ଗଠିତ

କୋରାପୁଟ: ବିଦ୍ୟାଳୟ ସ୍ତରରୁ ରେଡ଼କ୍ରସ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ପାଇଁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଜୁନିୟର ରେଡ଼ କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା ପଟାଙ୍ଗି ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ପଟାଙ୍ଗି, ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ମାଳିପୁଟ, ଓଡିଶା ଆଦର୍ଶ ବିଦ୍ୟାଳୟ ପଟାଙ୍ଗି, ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପୁକାଲି, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲିଙ୍ଗାମଗୁଡା, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରାଲେଗଡ଼ା ପରିଦର୍ଶନ କରି ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ କାର୍ଯ୍ୟ ତଦାରଖ କରିଥିଲେ। ଏହି ଅବସରରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲିଙ୍ଗାମଗୁଡା ଓ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରାଲେଗଡାଠାରେ ନୂତନ ଭାବେ ଜୁନିୟର ରେଡ଼ କ୍ରସ ଶାଖା ଗଠନ କରାଯାଇଥିଲା। ବିଦ୍ୟାଳୟମାନଙ୍କରେ କିଭଳି ଜୁନିୟର ରେଡ଼ କ୍ରସ କମିଟି ଗଠନ ହେବ ସେ ବିଷୟରେ ଶ୍ରୀ ପଣ୍ଡା ବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରାଇଥିଲେ। ଜୁନିୟର ରେଡ଼ କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନେ ମଧ୍ୟ ରେଡ଼ କ୍ରସ କାର୍ଯ୍ୟକ୍ରମକୁ ନିଜ ନିଜ ବିଦ୍ୟାଳୟରେ ତ୍ୱରାନ୍ୱିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.