କୋକସରା ଜିଲ୍ଲାପରିଷଦ ଜୋନ ୨ ପାଇଁ ବିଜେପିରୁ ନାମାଙ୍କନ ପତ୍ର ଦାଖଲ କଲେ ଜନାର୍ଦନ ପଣ୍ଡା

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ୨ ନମ୍ବର ଯୋନ ରେ ଜିଲ୍ଲା ପରିଷଦ ପାଇଁ ବିଜେପି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜନାର୍ଦନ ପଣ୍ଡା। ଆଜି ସେ ନିଜର ସମର୍ଥକଙ୍କ ଗହଣରେ ଧର୍ମଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିଜର ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତାଙ୍କ ସହ ତାଙ୍କର ପ୍ରସ୍ତାବକ ସମର୍ଥକ ଲାଷ୍ମୀ ନାରାୟଣ ପ୍ରଧାନୀ, ତ୍ରିନାଥ ଶବର, ହେମନ୍ତ ଚଣ୍ଡି, କନିଷ୍ଠ ବଗର୍ତ୍ତି ରହିଥିବା ବେଳେ ଜିଲ୍ଲା ବିଜେପି ସମ୍ପାଦକ ଗୋଦାବରୀଶ ପାତ୍ର କିଶୋର ଚନ୍ଦ୍ର ନାଏକ, ଧନଞ୍ଜୟ ବେହେରା ନୀଳକଣ୍ଠ ମାଝୀ, ସୁଧୀର ପାତ୍ର ଦୁର୍ଗା ପ୍ରଧାନୀ, ଗରୁଡ଼ ଧ୍ଵଜ ମାଝୀ, ମଜୁ ଅଗ୍ରୱାଲ ନରେନ୍ଦ୍ର ପ୍ରଧାନୀ, ମନୋଜ ନାଏକ ନବୀନ ପ୍ରଧାନୀ, ବିନୋଦ ନାଏକ ଜୟଲାଲ ନାଏକ ପ୍ରମୋଦ ପଣ୍ଡା ସମେତ ଅନ୍ୟ ସମର୍ଥକ ଉପସ୍ଥିତ ରହିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.