ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ସୃଜନୀ ପରିବାରର ଆଲୋଚନାଚକ୍ର

ଚେନ୍ନାଇ: ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଅନୁପମ କାର୍ଯ୍ୟକ୍ରମ ସ୍ୱାଧୀନତାର ଅମୃତ ମହୋତ୍ସବ ରାଷ୍ଟ୍ରଭକ୍ତ ତଥା ପ୍ରଜ୍ଞାଦୀପ୍ତ ମହାମାନବ ନେତାଜୀ ସୁବାଷଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଆଲୋଚନାଚକ୍ର ସୃଜନୀ ପରିବାର ଚେନ୍ନାଇ ଦ୍ୱାରା ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ସୃଜନୀ ପରିବାରର ଉପଦେଷ୍ଟା ଡକ୍ଟର ବାସନ୍ତୀ ମହାନ୍ତିଙ୍କ ପୌରୋହିତ୍ୟରେ ଏବଂ ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ଆଇଏଫ୍ଏସ୍ ଆଶୁତୋଷ ସାମନ୍ତସିଂହାରଙ୍କ ସହ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପରିବାରର ସମ୍ପାଦକ ଅଶୋକ ସାମନ୍ତ ଲଆଲୋଚନାଚକ୍ର ପରିଚାଳନା କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ତଥା ବକ୍ତା ଡକ୍ଟର ପ୍ରଦୀପ କୁମାର ମିଶ୍ର, ଡକ୍ଟର ସତ୍ୟନାରାୟଣ ଠାକୁର, ସୁଶାନ୍ତ କୁମାର ମିଶ୍ର, ସୁବାଷଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବିପ୍ଲବୀ ବୀର ସୁରେନ୍ଦ୍ର ସାଏ, ସେବା ଓ ସଂଗ୍ରାମର ପ୍ରତିମୂର୍ତ୍ତି ପାର୍ବତୀ ଗିରି ଏବଂ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)ଙ୍କ ସ୍ୱାଧୀନତା ସଂଗ୍ରାମର ଜୀବନୀକୁ ପ୍ରସଙ୍ଗ କରି ନିଜସ୍ୱ ବକ୍ତବ୍ୟ ସହ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ସୃଜନୀ ପରିବାରର ସଂପାଦକ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କବୀ ସୁମତି ମୁଣ୍ଡ , କବି ରମେଶ ଚନ୍ଦ୍ର ପସାଏତ୍ ସଂପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ସଂଯୋଜନା ସହ ସଂଚାଳନ କରିଥିଲେ। ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବିଦ୍ୟୁତପ୍ରଭା ପଟ୍ଟନାୟକ, ସୁରେଶ ମିଶ୍ର, ଶିଶୁ କଣ୍ଠଶିଳ୍ପୀ ଦିବ୍ୟାଂଶା ମୁଣ୍ଡ ଓ ହର୍ଷିତା ପଟ୍ଟନାୟକ ଦେଶାତ୍ମକବୋଧ ସଂଗୀତ ପରିବେଷଣ କରି ସଭାକୁ ସଂଗୀତମୟ କରିଥିଲେ। କାର୍ଯ୍ୟକ୍ରମର ସଂଚାଳକ ତଥା
ଉପସ୍ଥାପିକା କବି ସୁମତି ମୁଣ୍ଡ ଧନ୍ୟବାଦ ଅର୍ପଣ ଓ ଶାନ୍ତି ପାଠ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.