ଜୟ ବୁଢା ଡଙ୍ଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକ ଶିକାଛିଡ଼ା ଗ୍ରାମରେ ଇଲେଭେନ୍ ଷ୍ଟାର୍ କ୍ରିକେଟ୍ ବ୍ଳକ୍ ପକ୍ଷରୁ ସ୍ଥାନୀୟ ଆର୍.ପି. ଖେଳ ପଡିଆ ଠାରେ ନବମ ଜୟ ବୁଢା ଡଙ୍ଗର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଗତ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ଯନ୍ତ ପାଞ୍ଚ ଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଝାଁକରପାଲି ଓ ଲଣ୍ତାପଦର ଦଳ ମଧ୍ୟରେ ହେଉଥିବା ଫାଇନାଲ୍ ଖେଳରେ ଝାଁକର ପାଲି ଦଳ ଚାଂପିଆନ ହୋଇଥିଲା । ପ୍ରଥମେ ବ୍ୟାଟିଙ୍ଗ୍ କରି ଝାଁକରପାଲି ଦଳ ନିର୍ଦ୍ଧାରିତ ୬ ଓଭରରେ ବିନା ୱିକେଟ୍ ବିନିମୟରେ ୮୪ ରନ୍ ସଂଗ୍ରହ କରିଥିଲା । ଜବାବରେ ଲଣ୍ତାପଦର ଦଳ ପାଞ୍ଚ ୱିକେଟ୍ ବିନିମୟରେ ମାତ୍ର ୬୬ ରନ୍ କରିପାରିଥିଲା । ମ୍ୟାନ୍ ଅପ୍ ଦି ମ୍ୟାଚ୍ ଝାଁକରପାଲିର ଆକାଶ ହୋଇଥିବା ବେଳେ ମ୍ୟାନ ଅପ୍ ଦି ସିରିଜ୍ ଲଣ୍ତାପଦରର ତୋଫାନ ହୋଇଥିଲେ । ଅତିଥି ଭାବରେ ନିହାର ରଞ୍ଜନ ସ୍ବାଇଁ,ଘନଶ୍ୟାମ ଶତପଥି ଓ ଜୁଲୁ ପଟ୍ଟନାୟକ ଉପସ୍ଥିତ ହୋଇ ଚାଂପିୟାନ୍ ଓ ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ । ଫାଇନାଲ ଖେଳରେ ଅଟଳ ବିହାରି ବିଶି ଓ ରମାକାନ୍ତ ନାଏକ ଅମ୍ପିୟାର୍ ଦାୟିତ୍ବ ତୁଲାଇ ଥିବା ବେଳେ ସ୍କୋରର୍ ଭାବରେ ଫକିର ଠେଲା ଓ ଧାରାବିବରଣୀରେ ଦୟାନିଧି ହରପାଲ ଓ କେଶବ ଧରୁଆ ସହଯୋଗ କରିଥିଲେ । ମ୍ୟାଚ୍ ପରିଚାଳନାରେ ଗଙ୍ଗାଧର, ପରମେ, ଯୁଧିଷ୍ଟିର, ସନ୍ତୋଷ, ଯୁଗିନ୍ଦ୍ର ଓ କ୍ଳବର ଅନ୍ଯ ସଦସ୍ୟବୃନ୍ଦ ସକ୍ରିୟ ସହଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.