ଓଡ଼ିଆ ବଜାରରେ ପାଳିତ ହେଲା ନେତାଜୀ ଜୟନ୍ତୀ

କଟକ ସଦର, (ଶ୍ରୀକାନ୍ତ ବେଉରା): ଭାରତମାତାର ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଓଡ଼ିଆ ବଜାରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଦେଶପ୍ରେମକୁ ମନେ ପକାଉଛି। ସୁଭାଷଙ୍କ କାଳଜୟୀ ଉଦଘୋଷଣା ‘ମତେ ରକ୍ତ ଦିଅ ମୁଁ ସ୍ଵାଧିନତା ଦେବି’ ଆଜିବି କୋଟି କୋଟି ଭାରତୀୟଙ୍କ ପ୍ରାଣରେ ଜୀବିତ ହୋଇ ରହିଛି। ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଭକ୍ତ ଓ ଜଣେ ଅବିସ୍ମରଣୀୟ ଯୋଦ୍ଧାଭାବେ ନେତାଜୀ ଏ ଜାତିର ଚିର ନମସ୍ୟ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସେ ଥିଲେ ଓଡ଼ିଶା ଆଉ କଟକ ମାଟିର ପୁଅ। ଜୀବନର ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ୧୬ ବର୍ଷ ବିତାଇଥିଲେ ଏହି କଟକର ମାଟି, ପାଣି, ପବନରେ। ୧୮୯୭, ଜାନୁଆରି ୨୩ରେ କଟକ ଓଡ଼ିଆବଜାରରେ ନେଇଥିଲେ ସେ ଜନ୍ମ। ନେତାଜୀ ସୁଭାଷଙ୍କ ଶୈଶବ ଓ କିଶୋର ଅବସ୍ଥାର ମୂକସାକ୍ଷୀ ରହିଛି ଏହି ସହର। ତାଙ୍କ ପିତାଙ୍କ ନାଁ ଥିଲା ଜାନକୀନାଥ ବୋଷ, ମା’ଙ୍କ ନାଁ ଥିଲା ପ୍ରଭାବତୀ ଦେବୀ। କଟକ ଓଡ଼ିଆବଜାରସ୍ଥିତ ଜାନକୀନାଥ ଭବନରେ ନେତାଜୀଙ୍କ ପିଲାବେଳ କଟିଥିଲା। ନେତାଜୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଦେଶ ତାଙ୍କ ଜନ୍ମ ଜୟନ୍ତୀ କୁ ଆଜି ପରାକ୍ରମ ଦିବସ ପାଳନ କରୁଛି। ଆଜି ଏହି ଅବସରରେ ତାଙ୍କ ବାସଭବନରେ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, କଂଗ୍ରେସ ନେତା ମାନସ ଚୌଧୁରୀ, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ। କୋଭିଡ କଟକଣାକୁ ନଜରରେ ରଖି ସାଧାରଣ ଲୋକଙ୍କୁ କେବଳ ନେତାଜୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଅନୁମତି ଥିଲା, କିନ୍ତୁ ଗ୍ୟାଲେରୀ ମଧ୍ୟକୁ ପ୍ରବେଶ ବାରଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.