ମଦ ପ୍ରସ୍ତୁତି ସାମଗ୍ରୀ ପୋଡି ବାହବହା ଅବକାରୀ ବିଭାଗ: ମାଫିଆ ଚମ୍ପଟ, ବେନିୟମ ମଦ ରଖିବା ଅଭିଯୋଗରେ ଅନ୍ୟ ୨ ଗିରଫ

କଳାହାଣ୍ଡି, (ରବିନ୍ଦ୍ର ମିଶ୍ର): ତ୍ରିସ୍ତରୀୟ ପଂଚୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବେଆଇନ ମଦ ପ୍ରସ୍ତୁତି ଓ ଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ତତ୍ପରତା ଆରମ୍ଭ କରିଛି ପ୍ରଶାସନ । ଜୟପାଟଣା ବ୍ଳକର ଜଙ୍ଗଲକୁ ଲାଗିରହିଥିବା ଅଞ୍ଚଳ ମଦ ପ୍ରସ୍ତୁତିର କେନ୍ଦ୍ରସ୍ଥଳ ପଲଟିଥିବା ବେଳେ ଚେକ ଦେଇପାରୁନାହିଁ ଅବକାରୀ ବିଭାଗ ।ବାରମ୍ବାର ଚଢାଉ ପରେ ମଧ୍ୟ ବେଆଇନ ମଦ ପ୍ରସ୍ତୁତ ସହ ଚାଲାଣରେ କିଛି ଫରକ ପଡୁନାହିଁ । ମଦ ପ୍ରସ୍ତୁତକୁ ନିଜର ରୋଜଗାର ଭାବେ ଭାବିନେଇଥିବା କେତେକ ମାଫିଆ ଜଙ୍ଗଲ ନିଛାଟିଆ ସ୍ଥାନର ସୁଯୋଗ ନେଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏଇ ବେନିୟମ ମଦ କାରବାର ବୃଦ୍ଧି ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ତେବେ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିରେରେ ମଦର ଚାହିଦା ରହିଥିବା ବେଳେ ଏବେଠୁ ମଦ ପ୍ରସ୍ତୁତି ଚଳାଇଛନ୍ତି ମଦ ମାଫିଆମାନେ । ତେବେ ଆଜି ଜୟପଟଣା ପୋଲିସ, ତହସିଲଦାର ଓ ଅବକାରୀ ବିଭାଗ ପକ୍ଷରୁ ତୁମରିଖୋଲ ଜଙ୍ଗଲରେ ମିଳିତ ଚଢାଉ କରାଯାଇଥିଲା । ଚଢାଉରେ ପ୍ରାୟ ୧୮ ଶହ କିଲୋ ମହୁଲପୋଚ ନଷ୍ଟ କରିବା ସହ ମଦ ପ୍ରସ୍ତୁତ ସାମଗ୍ରୀ ମାନଙ୍କୁ ପୋଡି ଦିଆଯାଇଛି । କିନ୍ତୁ କେହି ଗିରଫ ହୋଇନାହାନ୍ତି । ଅନ୍ୟ ପଟେ ବେନିୟମ ଭାବେ କିଛି ମଦ ରଖିବା ଅଭିଯୋଗରେ ଜୟପାଟଣା ବ୍ଳକର ପାଇକେନ୍ଦୁମୁଣ୍ଡି ଅଞ୍ଚଳରୁ ଦୁଇ ଜଣ କୁ ଗିରଫ କରିଥିବା ଜଣାପଡିଛି । ତେବେ ଉକ୍ତ ଜଙ୍ଗଲ ବାରମ୍ବାର ବେଆଇନ ମଦ ପ୍ରସ୍ତୁତି ହେଉଥିବା ବେଳେ ଚଦଉ କରି ନଷ୍ଟ କରିବା ନିତିଦିନିଆ ଘଟଣା ପଲଟିଲାଣି । କିନ୍ତୁ କେବେ କୋଉଣସି ବେନିୟମ ଭାବେ ମଦ ଧନ୍ଦାରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କୁ ଧରିବାରେ ସଫଳତା ପାଇ ନାହିଁ ଅବକାରୀ ବିଭାଗ । ଏ ଚଢ଼ାଉ ପୂର୍ବରୁ କିଭଳି ମଦ ମାଫିଆଙ୍କୁ ସୁଚନା ମିଳୁଛି ? କ’ଣ ପୁଲିସ, ଅବକାରୀ ଓ ପ୍ରଶାସନ ର ନେଟୱର୍କ ଠାରୁ ମଦ ମାଫିଆଙ୍କ ନେଟୱର୍କ ଦୃଢ଼ ? ନା ଏହି ତିନି ବିଭାଗ ରେ କେହି ତାଙ୍କର ଖବରି ଅଛନ୍ତି । ଯିଏ ସବୁ ସୁଚନା ମଦ ମାଫିଆଙ୍କୁ ଦେଉଛି ? ଏହି କାରଣରୁ କେବେ ମଦ ମାଫିଆଙ୍କ ମୂଳପୋଛ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଚଦଉ ରେ ଜୟପଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା, ପୋଲିସ ପକ୍ଷରୁ ଏସଆଇ ବିନୟ ବାରା ଓ ଆଇଆରବି ଯବାନ, ଅବକାରୀ ବିଭାଗ ର ଏସଆଇ ବାନୀ ସୁନା, ଈଶ୍ୱର ଚନ୍ଦ୍ର ଭୋଇ, ବାଲେଶ୍ୱର ଧଙ୍ଗଡାମାଝୀ ସହ ସହଯୋଗୀ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.