ଓଡ଼ିଆ ବାର୍ତ୍ତା/ ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ ଅନ୍ତର୍ଗତ ଏମ୍. ପି .ଭି-୬୫ ୟୁଜି ହାଇସ୍କୁଲର ଦାୟିତ୍ବାଧୀନ ପ୍ରଧାନ ଶିକ୍ଷକ ଅଶୋକ କୁମାର ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ଏବିଓ ରବିନ୍ଦ୍ରନାଥ ଧର, ଶିକ୍ଷାବିତ୍ ଅକ୍ଷୟ କୁମାର ପଣ୍ଡା, ଡମ୍ବରୁଧର ମାଝୀ, ପ୍ରଦୀପ୍ତ ତାପାଲୀ, ଶିକ୍ଷକ ସଂଘ ସମ୍ପାଦକ ଧମ୍ବୁରୁଧର ଦୁରୁକା, ସିମାଦ୍ରି ନାୟକ, ଧ୍ରୃବ ଚରଣ ନାୟକ , ଶ୍ୟାମଳ କାନ୍ତି ଦାସ, ଜୟନ୍ତୀ ରାୟ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । ଶ୍ରୀ ପ୍ରଧାନଙ୍କ ଶିକ୍ଷାନୁଷ୍ଠାନ ପ୍ରତି ଅଶେଷ ଅବଦାନ ଯୋଗୁଁ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷା କମିଟି ତରଫରୁ କୃତଜ୍ଞତା ଜଣାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସହକାରୀ ଶିକ୍ଷକ ତାରକ୍ ସିଂ ମଞ୍ଚ ପରିଚାଳନା କରିଥିଲାବେଳେ ଶିକ୍ଷକ ଅନିଲ କୁମାର ବିଶ୍ବାସ, ମାନସ ରଞ୍ଜନ ରାଉତ, ସନ୍ତୋଷ କୁମାର ମଲ୍ଲିକ, ସମ୍ରାଟ କିଶୋର ବେହେରା, ରତ୍ନ ଦାସ, ରବିନ୍ଦ୍ର କୁମାର ସୋଡି, ବିଭୂତି ଭୂଷଣ ପଣ୍ଡା, ଶିକ୍ଷୟିତ୍ରୀ ଇଲା ସେନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।