ଲେଖନୀର ସ୍ୱରର ମାସିକ ଆଭାସି ସାହିତ୍ୟ ଆସର

ଓଡ଼ିଆ ବାର୍ତ୍ତା/ଭୁବନେଶ୍ଵର: ସାହିତ୍ୟ ଅନୁଷ୍ଠାନ ଲେଖନୀର ସ୍ୱରର ମାସିକ ଆଭାସି ସାହିତ୍ୟ ଆସର ରବିବାର ଦିନ ଅନୁଷ୍ଠିତ ହେଇଯାଇଛି । ଏହି ଆସରରେ “ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ” ବିଷୟ ବସ୍ତୁକୁ ନେଇ ଏକ ଆଲୋଚନା ଚକ୍ର ଏବଂ ଗଳ୍ପ କବିତା ପଠନ ହୋଇଥିଲା । ସୁନ୍ଦରଗଡ଼ରୁ ଲେଖିକା ଜ୍ୟୋତ୍ସ୍ନା ରାଣୀ ସାହୁ ଏବଂ ଭୁବନେଶ୍ବରରୁ ଲେଖିକା ଏକତା ପଣ୍ଡା ସଂଯୋଜିକା ଭାବରେ ନିୟୋଜିତ ହେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଆ ଅଧ୍ୟାପକ ତଥା ଜଗନ୍ନାଥ ସଂସ୍କୃତି ବିଶାରଦ ଡ଼ଃ. ପ୍ରଭାତ କୁମାର ସାହୁ ଏବଂ ସାହିତ୍ୟ ଅନୁରାଗୀ ତଥା ପକ୍ଷୀ ବିଜ୍ଞାନ ଗବେଷକ(ଚିଲିକା) ତୁହିନାଂଶୁ କର ଆଲୋଚକ ଭାବରେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ସାହିତ୍ୟ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବାଲେଶ୍ବରରୁ ଲେଖକ କାଳି କୁମାର ଆଲୋଚକଙ୍କ ପରିଚୟ ପ୍ରଦାନ କରିଥିଲେ । ଲେଖନୀ ସ୍ୱରର ସମସ୍ତ ସଦସ୍ୟମାନେ ଯଥା; ବେଙ୍ଗାଲୁରୁରୁ କବୟିତ୍ରୀ ତପସ୍ଵିନୀ ଦାସ ଷଡ଼ଙ୍ଗୀ(ପ୍ରତିଷ୍ଠାତା), ଯାଜପୁରରୁ ବିନେଶ ସାମଲ, ରାଉରକେଲାରୁ କବୟିତ୍ରୀ ସୁନୀତା ସାହୁ, ବାଲେଶ୍ବରରୁ ଲେଖକ କାଳି କୁମାର, ଢେଙ୍କାନାଳରୁ ସମ୍ପାଦକ ତଥା ଲେଖକ ଦେବିପ୍ରସାଦ ସ୍ୱାଇଁ, କେନ୍ଦୁଝରରୁ ଲେଖକ ଶିବ ଚରଣ ମହାପାତ୍ର, ଗଞ୍ଜାମରୁ ଲେଖିକା ଲିପ୍ସା ଆଚାର୍ଯ୍ୟ ପ୍ରମୁଖ ବିଭିନ୍ନ କାର୍ଯ୍ୟ କଳାପରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଚେଷ୍ଟିତ ଥିଲେ । ପ୍ରଥମ ପର୍ଯ୍ୟାୟର ଆଲୋଚନା କାର୍ଯ୍ୟକ୍ରମର ସମାପ୍ତି ପରେ ଦ୍ଵିତୀୟ ପର୍ଯ୍ୟାୟରେ ଗଳ୍ପ ଏବଂ କବିତା ପଠନ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା । ଏହି କାର୍ଯ୍ୟକ୍ରମରେ କବିତା ପାଠ କରିଥିଲେ ଯାଜପୁରରୁ ବରିଷ୍ଠ କବୟିତ୍ରୀ ପୁଷ୍ପାଞ୍ଜଳି ପଣ୍ଡା, ପୁରୀରୁ କବୟିତ୍ରୀ ସ୍ୱାଗତିକା ବେହେରା, ବଡମ୍ବା କଟକରୁ କବିତା ମିନାର ର ପ୍ରତିଷ୍ଠାତା ତଥା କବି ଡ଼ଃ. ମୃତ୍ୟୁଞ୍ଜୟ ସାହୁ, ଯାଜପୁରରୁ କବି ହୃଦୟ ରଞ୍ଜନ ପରିଡ଼ା, କଟକରୁ କବୟତ୍ରୀ ଶୁଭଲକ୍ଷ୍ମୀ ନାୟକ, ଯାଜପୁରରୁ କବୟତ୍ରୀ ଶୁଭଶ୍ରୀ ପଣ୍ଡା, ବାଲେଶ୍ବରରୁ ବରିଷ୍ଠ କବି ଶ୍ରୀକାନ୍ତ ଘଡ଼ାଇ ଏବଂ ଭଦ୍ରକରୁ କବୟିତ୍ରୀ ଚାରୁବାଳା ପାଢ଼ୀ । ଏହା ସହିତ ଗଳ୍ପ ପଠନ କରିଥିଲେ କେଉଁଝରରୁ ଗାଳ୍ପିକା ରେଖାରାଣୀ ସାହୁ, ସୁନ୍ଦରଗଡ଼ରୁ ଗାଳ୍ପିକା ସଞ୍ଜିତା ପ୍ରଧାନ (କୋଶଳୀ ଭାଷାରେ) ଏବଂ ଗାଳ୍ପିକା ଲିପ୍ସା ଆଚାର୍ଯ୍ୟ । ଏଥି ସହିତ ଲେଖନୀ ସ୍ୱରର ପ୍ରତିଷ୍ଠାତା ତପସ୍ଵିନୀ ଦାଶ ଷଡ଼ଙ୍ଗୀ ଏବଂ ଆଲୋଚକ ତଥା କବି ତୁହିନାଂଶୁ କର ଜଗନ୍ନାଥଙ୍କ କବିତା ପାଠ କରିଥିଲେ । ଶେଷରେ ରାଉଲକେଲାରୁ ଲେଖିକା ସୁନୀତା ସାହୁ ଧନ୍ୟବାଦ ଅର୍ପଣ କରି କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.