ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ପ୍ରେସ କ୍ଲବ ପକ୍ଷରୁ କାର୍ଯ୍ୟାଳୟ ଗୃହ ପ୍ରତିଷ୍ଠା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ପ୍ରେସ କ୍ଲବ ପକ୍ଷରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରେସ କ୍ଲବ ଛକ ଠାରେ ଏକ ଶୀତଳ ଜଳ ଭଣ୍ଡାରର ଉଦଘାଟନ କରାଯାଇଛି । ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ପାନୀୟ ଜଳ ଭଣ୍ଡାରକୁ ଉଦଘାଟନ କରିଥିଲେ । ଏହି ଅବସରରେ ସୁରେଶ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରାୟଗଡାର ବରିଷ୍ଠ ସାମ୍ବାଦିକ ବି.ଏଚ. ନାଗାରାଜୁଙ୍କୁ ସୁରେଶ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସୁରେଶ ମେମୋରିଆଲ ଟ୍ରଷ୍ଟର ରାଜେଶ ପାଢ଼ୀ ଏବଂ ରାକେଶ ପାଢୀ ଉପସ୍ଥିତ ରହି ନାଗାରାଜୁଙ୍କୁ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସଭାପତି ରଞ୍ଜନ ରଥ, ସାଧାରଣ ସମ୍ପାଦକ ଯୋଗେଶ୍ୱର ଦାସଙ୍କ ସମେତ ଗୋପ ରଞ୍ଜନ ବକ୍ସିପାତ୍ର, କେକେ ଜେନା, ସୁବ୍ରତ ଚୌଧୁରୀ, ସଂଗ୍ରାମ ପଟନାୟକ, ଶିବ ସାଇ ବକ୍ସିପାତ୍ର, ସୁଶାନ୍ତ ପ୍ରଧାନ, ଦାମୋଦର ରାଓ, ବିଏଚ୍ ନାଗାରାଜୁ, ସିଏଚ୍ ଶ୍ରୀନିବାସ, ଆଶିଷ ରଞ୍ଜନ ପଣ୍ଡା, ନିତିନ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।