୧୬ରୁ ପଞ୍ଚାୟତ ନିର୍ବାଚନ, ମାଓ ପୋଷ୍ଟର-ବ୍ୟାନର ନିକଟକୁ ନ ଯିବାକୁ ଏସପି ଙ୍କ ଅନୁରୋଧ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଆସନ୍ତା ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ନିର୍ବାଚନ ସମ୍ପର୍କରେ କିମ୍ବା ଅନ୍ୟ ଯେ, କୌଣସି ବାର୍ତ୍ତାକୁ ପ୍ରଚାର କରୁଥିବା ମାଓବାଦୀଙ୍କ ପୋଷ୍ଟର କିମ୍ବା ବ୍ୟାନର ପାଖକୁ ନଯିବା ପାଇଁ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟାପଲି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ମାଓ ପୋଷ୍ଟର, ବ୍ୟାନର ନିକଟକୁ ନ ଯିବାକୁ ଏସପି ଙ୍କ ଅନୁରୋଧ ।ସପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ କୋରାପୁଟ ପୋଲିସ ପ୍ୟାରେଡ ପଡିଆ ଠାରେ ପୋଲିସ ମୁତୟନର ସମୀକ୍ଷା କରିଛି । ଏହି ଅବସରରେ ନିର୍ବାଚନ ହେବାକୁ ଥିବା ମାଓ ପ୍ରବଣ ଅଞ୍ଚଳରେ ପୋଲିସକୁ ଅଧିକ ଧ୍ୟାନ ଦେଉଛି । ଏଥିଲାଗି ପୋଲିସ ଫୋର୍ସର ମୁତୟନର ସୂଚନା ଦେଇ ଗୁଣ୍ଟାପଲି ଏହି ଅପିଲ କରିଛନ୍ତି । କୌଣସି ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର କିମ୍ବା ବ୍ୟାନର ଦେଖିଲେ ଲୋକେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ସେ ଅନୁରୋଧ କରିଛନ୍ତି । ଏଥି ସହିତ କୋଟିଆ ପଞ୍ଚାୟତରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ଅନୁଷ୍ଠିତ କରାଇବା ପାଇଁ ଅଧିକ ପୋଲିସ ମୁତୟନ କରାଯାଇଥିବା ସେ କହିଛନ୍ତି । ଜିଲ୍ଲାର ସମୁଦାୟ ୨,୯୭୩ଟି ବୁଥ ମଧ୍ୟରୁ ପ୍ରାୟ ୬୦୦ ଟି ସମ୍ବେଦନଶୀଳ ଥିବା ଯୋଗୁଁ ସେଠାରେ ଜଣେ ଲେଖାଏଁ ପୋଲିସ କନଷ୍ଟେବଳଙ୍କୁ ମୁତୟନ କରାଯାଇଥିବା ବେଳେ ଅନ୍ୟ ବୁଥ ଗୁଡିକରେ ଗ୍ରାମରକ୍ଷୀ ଓ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି ବୋଲି ସେ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.