ଓଡ଼ିଆ ବାର୍ତ୍ତା/ କୋରାପୁଟ: ମାଲକାନଗିରି ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଏହାର ରାଜ୍ୟ ସ୍ତରୀୟ ସାହିତ୍ୟ ମହୋତ୍ସବ-୨୦୨୧ ଇତି ମଧ୍ୟରେ କଳାହାଣ୍ଡି ଜିଲ୍ଲା ଶାଖା ଠାରେ ଅନୁଷ୍ଠିତ ହୋଇଯାଅଛି । ଏହି ଅବସରରେ କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ଅନୁଷ୍ଠାନ ଭାସ୍କର ଆର୍ଟ୍ସ ଏକାଡେମୀ ପରିସର ମଧ୍ୟରେ ଯୁବ ସାହିତ୍ୟିକ ତଥା ଅଧ୍ୟାପକ କବି ତ୍ରିନାଥ ପଟ୍ଟନାୟକଙ୍କୁ ମାଟିଲଗ୍ନା ପକ୍ଷରୁ ଆଜୀବନ ସାହିତ୍ୟ ସାଧକ ସମ୍ନାନରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସଂସଦର ରାଜ୍ୟ ସଭାପତି ତଥା ଓଡିଶା ସାହିତ୍ୟି ଏକାଡେମୀ ସଦସ୍ୟ ସାମ୍ବାଦିକ କିଶୋର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷାର ପ୍ରସାର ପାଇଁ ଆମକୁ କେବଳ ବରିଷ୍ଠ ନୁହେଁ, ତରୁଣ ଓ ନୂଆ ସାହିତ୍ୟିକମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ । ଏଥିରେ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ, ମୁଖ୍ୟ ଅତିଥି ଭାବେ ସମୀର କୁମାର ମହାପାତ୍ର, ଜିଲ୍ଲା ସଭାପତି ସମୀର ଦାସ, ନୂରାବତୀ ସାହୁ, ମୁଖ୍ୟ ବକ୍ତା ଭାବେ ରାମଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାଙ୍କୁ ଅନ୍ୱେଷଣ କରି ଲୋକଲୋଚନକୁ ଆଣି ପାରିଲେ ଓଡ଼ିଆ ଭାଷା ସାହିତ୍ୟି ସଂସ୍କୃତିର ବିକାଶ ସାଧିତ ହୋଇପାରିବ ବୋଲି ନିଜ ମତ ରଖିଥିଲେ । ପରିଶେଷରେ ସାହିତ୍ୟି ସଂସଦର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ ଯୁବ କଵି ସାହିତ୍ୟିକ ତ୍ରିନାଥ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଦୀର୍ଘ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିବା ସହ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଲୁକ୍କାୟିତ ଯୁବ ପ୍ରତିଭାଙ୍କୁ ଅନ୍ୱେଷଣ କରି ଲୋକଲୋଚନକୁ ଆଣି ପାରିଲେ ଓଡ଼ିଆ ଭାଷା ସାହିତ୍ୟି ସଂସ୍କୃତିର ବିକାଶ ସାଧିତ ହୋଇପାରିବ ବୋଲି ନିଜ ମତ ରଖିଥିଲେ ।