ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ଶୋକସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସହିଦ ହେଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କଙ୍କ ଏକାଦଶାହ ଅବସରରେ ଏକ ଶୋକସଭା ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀସ୍ଥିତ ତାଙ୍କ ଘରେ ଅନୁଷ୍ଠିତ ହେଇଥିଲା । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସାମ୍ବାଦିକ, ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷାଙ୍କ ଉପସ୍ଥିତିରେ ହେଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ରୋହିତଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ପୂର୍ବ ସହ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା । ସାମ୍ବାଦିକ ହେମନ୍ତ ସାହୁଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ କ୍ଷିତିପତି ପଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ହୋତା, ରାୟଗଡ଼ା ଜିଲ୍ଲା ଓଜେୟୁ ସଭାପତି ସୁବ୍ରତ କୁମାର ଚୌଧୁରୀ, ଉମେଶଚନ୍ଦ୍ର ବିଶ୍ୱାଳ, ନେତ୍ରାନନ୍ଦ ସାହୁ, ସୂର୍ଯ୍ୟ ନାରାୟଣ ସାହୁ, ଡ଼ାକ୍ତର ତାପସ ରଞ୍ଜନ ପଧାନ, ବିଭୁତି ଭୁଷଣ ମହାକୁଡ଼, ପ୍ରକାଶ ମାଝୀ, କଳାହାଣ୍ଡି କୁଲତା ସମାଜ ସଭାପତି କେଶବଚନ୍ଦ୍ର ଭୋଇ, ସଂପାଦକ ବିଜୟ କୁମାର ଭୋଇ, ରାମଚଣ୍ଡି ଦରବାରର ଉପଦେଷ୍ଠା ରକ୍ଷାକର ଭୋଇ, ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ସ୍ମୃତି ଚାରଣ କରିଥିବାବେଳେ କୁଲତା ସମାଜ ତରଫରୁ ମରଣୋତ୍ତର ସମ୍ମାନ ପ୍ରଦାନ କରିଥିଲେ ଯାହାକୁ ଗ୍ରହଣ କରିଥିଲେ ରୋହିତଙ୍କ ପୁତ୍ର ଆରୁଶ । ଓଜେୟୁ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ରାଜ୍ୟର ଅନ୍ୟତମ ଉପସଭାପତି ସୁଶାନ୍ତ ମହାପାତ୍ର, ଅନ୍ୟତମ ସଂପାଦକ ରାଜକିଶୋର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳ କମଳ ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ସୁବର୍ଣ୍ଣପୁର ଜିଲ୍ଲା ସଂପାଦକ ମହାଦେବ ମଲ୍ଲିକ, ବୌଦ୍ଧ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, କଳାହାଣ୍ଡି ଜିଲ୍ଲା ସଂପାଦକ ଲକ୍ଷ୍ମଣ ସ୍ବାଇଁ, ପ୍ରଦୀପ ସାହୁ, ସନ୍ତୋଷ ଦଣ୍ଡସେନା, ସୁବ୍ରତ ସାହୁ ଭୂପିନ୍ଦ୍ର ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହିଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ବଡ଼ଭାଇ ବିଶ୍ୱଜିତ ବିଶ୍ୱାଳ, ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ, ଶୁକଦେବ ସାହୁ, ଦିବାକର ସାହୁ, ଅମୀୟ ରଞ୍ଚନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମ.ରାମପୁର ଥାନା ଅନ୍ତର୍ଗତ ଦୁଲେନ ଛକ ନିକଟରେ ଗତ ୫ ତାରିଖ ଶନିବାର ଦିନ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ରୋହିତଙ୍କ ପରଲୋକ ହେଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.