ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ‘ଶବ୍ଦଗଙ୍ଗା’ର ଏକବିଂଶ ସଂଖ୍ୟା ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅନ୍‌ଲାଇନ୍ ସାରସ୍ୱତ ମାସିକ ମୁଖପତ୍ର ‘ଶବ୍ଦଗଙ୍ଗା’ର ଏକବିଂଶ ସଂଖ୍ୟା ବିଭାଗମୁଖ୍ୟ ଡ଼ଃ ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଲୋକାର୍ପିତ ହୋଇଯାଇଛି । ଉନ୍ମୋଚନ ସଭାକାର୍ଯ୍ୟରେ ଡ଼ଃ ବେହେରା ଅଧ୍ୟକ୍ଷତା କରିବା ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ପତ୍ରପତ୍ରିକାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ରଖିଥିଲେ । ଏହି ସଂଖ୍ୟାରେ ଅତିଥି କବି ଭାବେ ମୟୁରଭଞ୍ଜ ଜିଲ୍ଲାର ଯୁବକବି ସ୍ନେହାଶିଷ ମହାନ୍ତି ଯୋଗଦେଇ ସ୍ୱରଚିତ କବିତା ଶୀର୍ଷକ “ଚମ୍ପା ନାନୀ” ଆବୃତ୍ତି କରିଥିଲେ । ଛାତ୍ର ମଙ୍ଗରାଜ ମହାପାତ୍ର, ଶ୍ରୁତିସ୍ମିତା ପଧାନ, ତୃଷ୍ଣା ଦାଶ ଓ ହୀରାବତି ବିଶ୍ୱାଲ ପତ୍ରିକା ସମ୍ପର୍କରେ ଓଜଃସ୍ୱିନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ର ସମ୍ପାଦକ ଜଗନ୍ନାଥ ମେହେର, ସୁଜାତା ସା, ସୀମା ଶତପଥି , ଲିପ୍‌ସା ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ସୁଦର୍ଶନ ସାହୁ ‘ଶବ୍ଦଗଙ୍ଗା’ର ସାରସ୍ୱତ ମୂଲ୍ୟ ଓ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଛାତ୍ରୀ ବର୍ଷାରାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରଥିଲେ । ଏହି ଲୋକାର୍ପଣ ସଭାରେ ବିଭାଗର ସଂଖ୍ୟାଧିକ ଛାତ୍ରଛାତ୍ରୀ ଯୋଗଦେବା ସହ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.