ନିର୍ବାଚନ ମଇଦାନରେ ସରିଆଁ ସରପଞ୍ଚ ପ୍ରାର୍ଥୀ ଦକ୍ଷରାଜ ଭୋଇ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନର୍ଲା ବ୍ଲକର ରାଜନୈତିକ ଉଷ୍ଣତା ଚରମ ସୀମାରେ ପହଞ୍ଚିଛି । ଏଥର ବ୍ଲକର ଅନ୍ୟ ଗ୍ରାମପଞ୍ଚାୟତ ପରି ସରିଆଁ ସରପଞ୍ଚ ଲଢେଇ ଜୋରଦାର ହୋଇଛି । ସରିଆଁ ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପାଇଁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଦକ୍ଷରାଜ ଭୋଇ । ଜଣେ ଆଦିବାସୀ ଯୁବ ନେତୃତ୍ବ ଭାବେ ସେ ସାଧାରଣ ଜନତାଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ନିର୍ବାଚନ ପ୍ରଚାରର ଶେଷ ଦିନ ସୁଦ୍ଧା ସେ ସରିଆଁ ପଞ୍ଚାୟତର ଚିଆଁପଦର, ସରିଆଁ, ଦେଣ୍ଡୋଗୁଡା, ଟୋଲବ୍ରାହ୍ମଣୀ ଓ ଅର୍ଜୁନ ଗାଁରେ ମାରାଥନ୍ ପ୍ରଚାର କରିଥିଲେ । ପ୍ରଚାର ସମୟରେ ଜନସାଧାରଣ ମଧ୍ୟ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥର ସରିଆଁ ସରପଞ୍ଚ ଲଢେଇ ରୋଚକ ମୋଡରେ ପହଁଞ୍ଚି ଥିବାବେଳେ ପଞ୍ଚାୟତବାସୀ ତାଙ୍କୁ ବିଜୟୀ କରାଇବେ ବୋଲି ଆଶା ପୋଷଣ କରିଛନ୍ତି ଶ୍ରୀଯୁକ୍ତ ଭୋଇ । ସରକାରଙ୍କ ନିୟମ ପାଳନ ସହ ସେ ଡିଜିଟାଲ ପ୍ରଚାର କରିଛନ୍ତି । ଦକ୍ଷଙ୍କ ନିର୍ବାଚନୀ ସଂକେତ ସୂର୍ଯ୍ୟ ଚିହ୍ନ ରହିଛି । ତେଣୁ ସରିଆଁ ପଞ୍ଚାୟତବାସୀ ତାଙ୍କୁ ସୂର୍ଯ୍ୟ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଛନ୍ତି ଦକ୍ଷରାଜ ଭୋଇ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.