ସମିତି ସଦସ୍ୟ ପ୍ରାର୍ଥୀଙ୍କ ମାତୃ ବିୟୋଗ ପ୍ରସଙ୍ଗ: ସର୍ଗିଗୁଡା ସମିତି ସଦସ୍ୟ ପ୍ରାର୍ଥୀ ଦୁଖିଶ୍ୟାମ ମିଶ୍ରଙ୍କ ଭୋଟର୍ସଙ୍କୁ ନିବେଦନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସମିତି ସଦସ୍ୟ ପଦବୀ ନିମନ୍ତେ ପ୍ରାର୍ଥୀ ଭାବରେ ନିର୍ବାଚନ ମୈଦାନରେ ପ୍ରତିଦ୍ୱନ୍ଦିତା କରୁଥିବା ସର୍ଗିଗୁଡା ଗ୍ରାମର ଯୁବ ପୁରୋହିତ ଦୁଃଖିଶ୍ୟାମ ମିଶ୍ରଙ୍କ ଗତ ସୋମବାର (୧୪ ଫେବୃଆରୀ) ଦିନ ମାତୃ ବିୟୋଗ ଘଟିଛି । ଜଣେ ସଚ୍ଚୋଟ ଏବଂ କର୍ତ୍ତବ୍ୟନିଷ୍ଠ ଯୁବକ ଭାବରେ ଅଞ୍ଚଳରେ ଖ୍ୟାତି ରହିଥିବା ସର୍ଗିଗୁଡା ଗ୍ରାମର ଦୁଃଖିଶ୍ୟାମ ମିଶ୍ର ଜନସାଧାରଣଙ୍କ ବିଶେଷ ଅନୁରୋଧ କ୍ରମେ ଚଳିତ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମିତି ସଦସ୍ୟ ପ୍ରାର୍ଥୀ ଭାବରେ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତାଙ୍କପ୍ରତି ବିପୁଳ ଜନସମର୍ଥନ ମଧ୍ୟ ରହିଥିବା ସାଧାରଣରେ ଆଲୋଚନା ହେଉଛି । ହେଲେ ନିର୍ବାଚନ ଆସନ୍ତା ୧୮ ଫେବୃଆରୀରେ ହେବାକୁ ରହିଥିବା ବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର ମାତୃ ବିୟୋଗ ଘଟିଛି । ତାଙ୍କ କାନ୍ଧ ଉପରେ ପରିବାରର ଗୁରୁ ଦାୟୀତ୍ୱ ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଏଭଳି ପରିସ୍ଥିତିରେ ସେ ସୋମବାର ଠାରୁ ଆଉ ମୈଦାନରେ ଘର ଘର ବୁଲି ଭୋଟର୍ସ ମାନଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିବା ସମ୍ଭବପର ହୋଇ ପାରୁନି । ଏଣୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳବାସୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ ସେ ଜନସାଧାରଣଙ୍କ ସାଥିରେ ରହିଥିଲେ, ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ । ଏବଂ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିସାରିଛନ୍ତି । ସେ ହେଉଛନ୍ତି ଜନସାଧାରଣଙ୍କ ଦୁଃଖ ସୁଖର ପ୍ରକୃତ ସାଥି । ଏଣୁ ଅନ୍ୟ କାହା ପ୍ରରୋଚନାରେ ନପଡି ସର୍ଗିଗୁଡା ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପ୍ରତ୍ୟେକ ଗ୍ରାମର ଜନସାଧାରଣ ତାଙ୍କୁ ବସ୍ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରେଇବା ପାଇଁ ସର୍ଗିଗୁଡା ସମିତି ସଦସ୍ୟ ପ୍ରାର୍ଥୀ ଶ୍ରୀ ମିଶ୍ର ସମସ୍ତଙ୍କୁ ନିବେଦନ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.