ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ: ୪ କଲେଜ ଛାତ୍ରୀ ଗୁରୁତର

ଓଡ଼ିଆ ବାର୍ତ୍ତା/ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୀତାପଡ଼ି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ସ୍କୁଟିରେ ବସିଥିବା ଚାରିଜଣ କଲେଜ ଛାତ୍ରୀ ଗୁରୁତର ‌ହୋଇଛନ୍ତି । ସମସ୍ତ ଛାତ୍ରୀ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରୀ ହୋଇଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରୁ ପ୍ରଥମେ ଯୁବ ସମାଜସେବୀ ଅରୁଣ ନାୟକ ଘଟଣାସ୍ଥଳରୁ ସମସ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଗୁରୁତର ଚାରିଜଣ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର +୨ ଛାତ୍ରୀ କାମିନୀ ପ୍ରଧାନ (ସିର୍ତ୍ତିଗୁଡ଼ା), ଗ୍ରେସି ଦିଗାଳ (ସିର୍ତ୍ତିଗୁଡ଼ା, ଆରତୀ ଘଡ଼େଇ (ବାରଖମା) ଓ ଆଥେଲିନ୍ ପ୍ରଧାନ (ସିନ୍ଧିପାଙ୍ଗା) ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କ୍ଲାସ୍ ସରିବାପରେ ବାଲିଗୁଡ଼ାରୁ ସୀତାପଡ଼ି ଅଞ୍ଚଳକୁ ସ୍କୁଟିରେ ଚାରିଜଣ ସାଙ୍ଗ ବୁଲିବାକୁ ଯାଇଥିବାବେଳେ ସିତାପଡ଼ି ନିକଟ ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ପ୍ରାଥମିକ ଚିକିତ୍ସା ପରେ କାମିନୀ ପ୍ରଧାନ, ଗ୍ରେସି ଦିଗାଳ ଓ ଆରତୀ ଘଡ଼େଇଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଆଥେଲିନ୍ ପ୍ରଧାନ ବର୍ତ୍ତମାନ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ବାଲିଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ସ୍କୁଟିକୁ ଜବତ କରିବାସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.