ଦେବେନ୍ଦ୍ର ମିଶ୍ରଙ୍କ ବିୟୋଗ ଏକ ସାମୂହିକ କ୍ଷତି

ଓଡ଼ିଆ ବାର୍ତ୍ତା/ସୋନପୁର: ଓଡିଶାର ପ୍ରଥମ ନିର୍ବାଚନ କମିସନର, ବିଶିଷ୍ଟ କ୍ରୀଡା ଓ ସଂସ୍କୃତି ସଂଗଠକ ଦେବେନ୍ଦ୍ର ମିଶ୍ରଙ୍କ ବିୟୋଗ ଏକ ସାମୁହିକ କ୍ଷତି ବୋଲି ଆଜି ଇନଟାକ୍ ସୋନପୁର ଚେପ୍ଟର ଦ୍ଵାରା ଆୟୋଜିତ ଶୋକ ସଭାରେ ମତ ପ୍ରକାଶ ପାଇଛି । ସୋନପୁରର ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରଗତିରେ ସେ ମୁଖ୍ୟ ଭୁମିକା ତୁଲାଇଥିଲେ । ବିଶେଷ କରି ସୋନପୁର ଜିଲ୍ଲାର ଗାରିମାମୟ ଐତିହର ସୁରକ୍ଷା ଓ ପ୍ରଚାର ପ୍ରସାର ଦିଗରେ ଏକ ପ୍ରତିଶୃତିବଦ୍ଧ ଅନୁଷ୍ଠାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଇନଟାକ ସୋନପୁର ଚେପ୍ଟର ର ଶୁଭାରମ୍ଭ କରିବାରେ ବିଶେଷ ଭୂମିକ ନିର୍ବାହ କରିଥିଲେ । ତାଙ୍କର ବିୟୋଗରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ପୂରଣ ହେବା ସମ୍ଭବ ନୁହେଁ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ଉଲ୍ଲେଖ କରିଥିଲେ । ଇନଟେକ ସୋନପୁର ଚେପ୍ଟରର ସଭ୍ୟ ନାରାୟଣ ପ୍ରସାଦ ରାୟଗୁରୁ, ଗଦାଧର ବାରିକ, ସୁରେନ୍ଦ୍ର ମେହେର, ସୁଧାଂଶୁ ଶେଖର ମିଶ୍ର, ଗତିକୃଷ୍ଣ ମିଶ୍ର ପ୍ରମୂଖ ସ୍ଵର୍ଗତ ଦେବେନ୍ଦ୍ର ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ । ଅଭିନେତା ପ୍ରଦ୍ୟୁମ୍ନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାକୁ ବନମାଳୀ ପଣ୍ଡା ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.