ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହେଲା ନିର୍ବାଚନ

● ନର୍ଲା ବ୍ଲକରେ ୮୪ % ମତଦାନ, ୫୬୫ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ବନ୍ଦ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ୩୨୩ ଗୋଟି ବୁଥ୍ ରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ମତଦାନ । ନର୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଓ ସହ ନିର୍ବାଚନ ଅଧିକାରୀ ନର୍ଲା ଏବିଡିଓଙ୍କ ଦେବେନ୍ଦ୍ର ସାମଲଙ୍କ ପରିଚାଳନାରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ସମ୍ପନ୍ନ ହୋଇଥିବା ବେଳେ ସର୍ବାଧିକ ୮୪ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂଚନାରୁ ଜଣାପଡିଛି । ଗତକାଲି ନିର୍ବାଚନ ସରି ଭୋଟ ବାକ୍ସ ଗୁଡିକ ବ୍ଲକ୍ ରେ ଆସି ପହଞ୍ଚିବା ସମୟରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ ଦିନ ୨ ଘଣ୍ଟା ସମୟରେ ନର୍ଲା ବ୍ଲକ୍ କୁ ଆସି ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷଣ କରି ସନ୍ତୋଷ ବ୍ୟକ୍ତ କରିଥିଲେ ।

ନିର୍ବାଚନ ସରିଯିବା ପରେ ଭୋଟ ବାକ୍ସ ଗୁଡିକ ନର୍ଲା ବ୍ଲକ୍ କୁ ଦିନ ୨ ଘଣ୍ଟା ସମୟରୁ ଆସିବା ଆରମ୍ଭ ହୋଇଥିଲା । ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଲବସପୁର ବୁଥ୍ ର ଭୋଟ ବାକ୍ସ ସବା ଶେଷରେ ରାତି ପ୍ରାତ ୯ ଘଣ୍ଟା ପାଖାପାଖି ସମୟରେ ଆସି ପହଞ୍ଚିଥିଲା । ନର୍ଲା ବ୍ଲକ ର ଭୋଟର୍ସ ସଂଖ୍ୟା ୯୦,୩୫୮ ରହିଥିବା ବେଳେ ୭୫,୭୪୫ ଭୋଟର୍ସ ଭୋଟ ଦେଇଥିବା ସୂଚନାରୁ ଜଣାପଡିଛି । ନର୍ଲା ନିର୍ବାଚନ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ସମେତ ସହକାରୀ ନିର୍ବାଚନ ଅଧିକାରୀ ଏବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ବ୍ଲକ୍ ର ୩୧ ଜଣ କର୍ମଚାରୀଙ୍କ ସମେତ ସେକ୍ଟର ଅଫିସର ଭାବରେ ନର୍ଲାର ସମସ୍ତ ୬ ଜଣ କନିଷ୍ଠ ଯନ୍ତ୍ରୀ, ପିଇଓ, ବ୍ଲକ୍ ଶିକ୍ଷାଧିକାରୀଙ୍କ ସମେତ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୯ ଜଣ ଷ୍ଟାଫ୍ । ସେହିଭଳି ନର୍ଲା କୃଷି ବିଭାଗ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପ୍ରାଣୀଧନ ସମ୍ପଦ ବିଭାଗ ପ୍ରମୁଖ ବିଭାଗ ଗୁଡିକରୁ ୧୦୫ ଜଣ ଅଧିକାରୀ ନର୍ଲା ବ୍ଲକ୍ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିଲେ । ନର୍ଲା ବ୍ଲକ୍ ନିର୍ବାଚନ ନିମନ୍ତେ ସମୁଦାୟ ୧୬୮୨ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ ।

ନିର୍ବାଚନ ଦିନ ଯେଭଳି କୌଣସୀ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି କଡା ନଜର ରଖିଥିଲା ନର୍ଲା ପୋଲିସ୍ । ମୋବାଇଲ ପୋଲିସ୍ ଟିମ୍ ଗୁଡିକ ପେଟ୍ରୋଲିଙ୍ଗ କରି ନର୍ଲା ବ୍ଲକ୍ ରେ ଚିହ୍ନଟ ହୋଇଥିବା ୪୫ ଗୋଟି ସମ୍ବେଦନଶୀଳ ବୁଥ୍ ଗୁଡିକ ଉପରେ କଡା ନଜର ରଖିଥିଲେ । ତଥାପି କେତେକ ସ୍ଥାନରେ କାଁ ଭାଁ ଅଳ୍ପ ଟିକେ ଝାମେଲା ହୋଇଥିଲେ ମଧ୍ୟ ତାହା ନିୟନ୍ତ୍ରଣାଧିନ ରହିଥିଲା ବୋଲି ସୂଚନା ମିଳିଛି । ନର୍ଲା ବ୍ଲକ୍ ର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ୩୨୩ ଗୋଟି ୱାର୍ଡ ରହିଥିବା ବେଳେ ୩୭୯ ଜଣ ୱାର୍ଡସଭ୍ୟ/ସଭ୍ୟା ପ୍ରାର୍ଥୀ/ ପ୍ରାର୍ଥୀନୀ ନିର୍ବାଚନରେ ମୈଦାନରେ ରହିଥିଲେ ।

ସେହିଭଳି ସରପଞ୍ଚ ପଦବୀ ନିମନ୍ତେ ୯୦ ଜଣ, ସମିତି ସଦସ୍ୟ ପଦବୀ ନିମନ୍ତେ ୮୬ ଜଣ ଓ ନର୍ଲାର ତିନିଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ୧୦ ଜଣ ପ୍ରାର୍ଥୀ/ ପ୍ରାର୍ଥୀନୀ ଏଭଳି ୫୬୫ ଜଣଙ୍କ ଭାଗ୍ୟ ମତଦାନ ବାକ୍ସରେ ସିଲ୍ଡ୍ ହୋଇ ବ୍ଲକ୍ ସ୍ଥିତ ଷ୍ଟ୍ରଙ୍ଗରୁମରେ କଡାପହରାରେ ରଖାଯାଇଛି । ଫେବୃୟାରୀ ୨୮ ରେ ଫଳ ପ୍ରକାଶ ପାଇବ । ୧୬/୨ ରାତିରୁ ନର୍ଲା ବ୍ଲକ୍ ପରିସରରେ ନିର୍ବାଚନ ପରିଚାଳନା ନିମନ୍ତେ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇ ୧୮/୨ ଭୋଟ ବାକ୍ସ ସବୁ ଗ୍ରହଣ ପରେ ରାତି ପ୍ରାୟ ୧୨ ଘଣ୍ଟା ସମୟ ପର୍ଯ୍ୟନ୍ତ ପୁଲିଙ୍ଗ ପାର୍ଟି ମାନଙ୍କୁ ରିଲିଫ୍ କରାଯାଇଥିବା ଜଣାପଡିଛି ।

ନର୍ଲା ବ୍ଲକ ରେ ୩୨୩ ଗୋଟି ବୁଥ୍ ପାଇଁ ୩୨୩ ଜଣ ପ୍ରିଜାଇଡିଂ ଅଧିକାରୀ ଓ ପ୍ରତି ବୁଥ୍ ପାଇଁ ଜଣେ ପ୍ରଥମ ପୁଲିଙ୍ଗ ଓ ଆଉ ଜଣେ ଦ୍ୱିତୀୟ ପୁଲିଙ୍ଗ ଅଧିକାରୀ, ନର୍ଲାର ୧୮ ଗୋଟି ବୁଥ୍ ରେ ୫୦୦ ରୁ ଉର୍ଦ୍ଧ୍ବ ଭୋଟର୍ସ ରହିଥିବାରୁ ସେହି ବୁଥ ଗୁଡିକରେ ୩ୟ ପୁଲିଙ୍ଗ ଅଧିକାରୀ ଏଭଳି ୬୪୬ ଜଣ ପ୍ରଥମ ଓ ଦ୍ୱିତୀୟ ପୁଲିଙ୍ଗ ଓ ୧୮ ଜଣ ୩ୟ ପୁଲିଙ୍ଗ ଅଧିକାରୀ, ଏଭଳି ମୋଟ ୧୧୯୬ ଜଣ ଅଧିକାରୀ ନର୍ଲା ବ୍ଲକ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିଲେ । ନର୍ଲା ବ୍ଲକ୍ ନିର୍ବାଚନ ନିମନ୍ତେ ୨୦୦ ରୁ ଉର୍ଦ୍ଧ୍ବ ଗାଡି ନିୟୋଜିତ ହୋଇଥିଲା ବୋଲି ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.