ବିଶିଷ୍ଟ ସାମ୍ବାଦିକ ରବିଶ ତିୱାରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ଓଡ଼ିଆ ବାର୍ତ୍ତା/ନୂଆଦିଲ୍ଲୀ: ବିଶିଷ୍ଟ ସାମ୍ବାଦିକ ରବିଶ ତିୱାରୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ନିୟତି ରବିଶ ତିୱାରୀଙ୍କୁ ଖୁବ୍ ଶୀଘ୍ର ଛଡ଼ାଇ ନେଇଛି । ମିଡିଆ ଜଗତର ଏକ ଉଜ୍ଜ୍ୱଳ ତାରକାଙ୍କ କ୍ୟାରିୟର ଶେଷ ହୋଇଛି । ମୁଁ ତାଙ୍କ ରିପୋର୍ଟ ପଢିବା ସହିତ ତାଙ୍କ ସହିତ ପର୍ଯ୍ୟାୟକ୍ରମେ ଆଲୋଚନା ମଧ୍ୟ କରିଛି । ସେ ଅତ୍ୟନ୍ତ ଭଦ୍ର ଏବଂ ନମ୍ର ଥିଲେ । ତାଙ୍କ ପରିବାର ଏବଂ ଅନେକ ବନ୍ଧୁଙ୍କୁ ସମବେଦନା । ଓମ୍ ଶାନ୍ତି ।”

 

ଏଠାରେ ସୂଚନାଯୋଗ୍ୟ ଯେ, ମାତ୍ର ୪୦ ବର୍ଷ ବୟସରେ  ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ ଘଟିଛି, ସେ ୨୦୨୦ରୁ କର୍କଟ ରୋଗରେ ପୀଡ଼ିତ ଥିଲେ । ରବିଶ ଇଣ୍ଡିଆନ ଏକ୍ସପ୍ରେସର ଜାତୀୟ ରାଜନୈତିକ ସମ୍ପାଦକ ଥିଲେ । ତାଙ୍କ ପରିବାରରେ ତାଙ୍କ ପତ୍ନୀ, ପିତାମାତା ଏବଂ ଜଣେ ଭାଇ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.