ଦ୍ଵିତୀୟ ଜେଏମଡି କ୍ରିକେଟ ଟୁର୍ନାମେଣ୍ଟ, ସେମିଫାଇନାଲରେ ଦିଆମୁଣ୍ଡା

ଓଡ଼ିଆ ବାର୍ତ୍ତା/ କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଲିମଡିହି ଗ୍ରାମରେ ଦ୍ଵିତୀୟ ଜେଏମଡି କ୍ରିକେଟ ଟୁର୍ନାମେଣ୍ଟ ଜୟ ମହକାଳ ଯୁବକ ସଂଘ ଦ୍ୱାରା ଉଦଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚ୍ ଦିଆମୁଣ୍ଡା ଓ ଧାମନପୁରୀ ମଧ୍ୟରେ ହୋଇଥିଲା ଏବଂ ଦ୍ଵିତୀୟ ମ୍ୟାଚ୍ ତରବଡ ଓ ଏକେ ୪୭ ନୂଆପଡ଼ା ମଧ୍ୟରେ ହୋଇଥିଲା। ଏଥିରେ ଦିଆମୁଣ୍ଡା ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ଜନତା ପାର୍ଟି ନୂଆପଡା ସାଧାରଣ ସମ୍ପାଦକ ତୁଳସ ପଟେଲ, କୁରୁମପୁରୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କୁଞ୍ଜଲାଲ ସାହୁ, ସମାଜସେବୀ ଛୋଟୁରାମ ସାହୁ, ଜୟ ମହାକାଳ ଯୁବକ ସଂଘର ସଭାପତି ମନୋଜ କୁମାର ସାହୁ , ସଂପାଦକ ଡିଙ୍କୁ ସାହୁ, ଉପସଭାପତି ଶିବା ସାହୁ, ଈଶ୍ୱର ସାହୁ, ରାଜେଶ୍ୱର, ସାହୁ ସୁନୀଲ ସାହୁ, ଜିତେନ୍ ସାହୁ, ରୋହିତ ସାହୁ, ଗୋପୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.