ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଗାନ୍ଧୀ ନଗର ନିବାସୀ ଅଧ୍ୟାପକ ତଥା ଚିତ୍ରକର ତ୍ରିନାଥ ପଟ୍ଟନାୟକ ଏକ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ସୃଜନଶୀଳ ପ୍ରଶଂସା ପତ୍ର ପାଇଛନ୍ତି । ଗଞ୍ଜାମ ଜିଲ୍ଲା ଗାଙ୍ଗନାପୁରର ପ୍ରତିଷ୍ଠିତ ଚିତ୍ର (ଆର୍ଟ) ପରିବାର ଦ୍ୱାରା ଆୟୋଜିତ ଏହି ଜାତୀୟ ସ୍ତରୀୟ ଅନଲାଇନ ଚିତ୍ରାଙ୍କନ ପ୍ରତିଯୋଗିତା ସରସ୍ଵତୀ ପୂଜା ଅବସରରେ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ଓଡ଼ିଶାରୁ ମୋଟ ୮ ଜଣ ଏହି ପ୍ରଶଂସା ପତ୍ର ପାଇବାର ସୌଭାଗ୍ୟ ହାସଲ କରିଛନ୍ତି । ଏହି ଚିତ୍ରାଙ୍କନ ପ୍ରତିଯୋଗୀତାରେ ଚିତ୍ର (ଆର୍ଟ) ପରିବାରର ପ୍ରତିଷ୍ଠାତା ଓ ସଭାପତି ଚିତ୍ରସେନ ମହାରଣା, ସମ୍ପାଦିକା ରୁବିନ ନାଏକ, ସହ ସମ୍ପାଦକ ପରମା ନାଏକ ଉପସ୍ଥିତ ଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗୀତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ମୟୁରଭଞ୍ଜର କର୍ମୀ ସୋରେନ, ବୌଦ୍ଧର ଶ୍ଵେତାରାଣୀ ନାୟକ, କୋରାପୁଟର ତ୍ରିନାଥ ପଟ୍ଟନାୟକ, ମୟୁରଭଞ୍ଜର ରୁବିନ ନାଏକ, ସମ୍ବଲପୁରର ରଞ୍ଜନ ନାଏକ, ଯାଜପୁରର କାର୍ତ୍ତିକ ରଣା, ନୂଆପଡାର ପିତାମ୍ବର ମାଝୀ, ମୟୁରଭଞ୍ଜର ମମତା ସିଂହ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ପ୍ରରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ପୂଜାରୀପୁଟ ସ୍ଥିତ ଜନସେବା କେନ୍ଦ୍ରର ମାଲିକ ତଥା ବରିଷ୍ଠ ଚିତ୍ରକର ସୁରେନ୍ଦ୍ର କୁମାର ସାମନ୍ତ ତ୍ରିନାଥ ପଟ୍ଟନାୟକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।