✍🏾ଡୁଇଟ୍ ଡେଭିଡ ଫିଲିପ
ଇଶ୍ଵର “ମୁଁ” କୁ ତାଙ୍କ ସ୍ଥାନ ଛାଡି ଦେଲେ!
ଏବେ ସବୁ “ମୁଁ” କରିବ
ପୃଥିବୀରେ
ସମସ୍ତଙ୍କୁ ମୋର ଧର୍ମରେ ପରିଣତ କରିବି
ସମସ୍ତେ ମୁଁ ଯାହା ଖାଉଛି, ତାହା ଖାଏବେ
ମୁଁ ଯାହା ପିନ୍ଧୁଛୁ, ତାହା ପିନ୍ଧିବେ
ମୁଁ ଯାହା ଭୋଗୁଛି, ତାହା ହିଁ ଭୋଗିବେ
ଗୋଟିଏ ଚାଷ
ଗୋଟିଏ ଭାଷା
ଗୋଟିଏ ବିଚାର
ଗୋଟିଏ ଆଚାର
ଗୋଟିଏ ପିନ୍ଧା
ମୁଁ ନୁହେଁ ଏକଛତ୍ରବାଦ
ଭଗବାନ ବେଶ୍ୟା କୁ କଣ,
ଠକ, ଲମ୍ପ୍ପଟ ସବୁକୁ ସହୁଛନ୍ତି,
ଭୂଲ କଲେ
ମୁଁ କାହିଁକି ସହିବି
ଗାଈ କୁ ପୂଜା, ମଣିଷକୁ ହତ୍ୟା
ମାଟିକୁ ପୂଜା, ଜାତିଙ୍କୁ ନିଚ୍ଚା
ସୂର୍ଯ୍ୟକୁ ପୂଜା, ରଙ୍ଗ ନମିଶିଲେ ଅଡ଼ୁଆ
ଭଗବାନ ସବୁ ଜୀବରେ ଅଛନ୍ତି?
ଭଗବାନ ସବୁ ବିଶ୍ଵାସରେ ନାହାନ୍ତି
ମୁଁ ପଥର ପୂଜି ପାରେ, ମଣିଷ ନୁହେଁ
ମୋ ଧର୍ମ, ଧର୍ମ
ମୁଁ, ମୋର…… କରିବି
ନୂଆ ଯୋଜନା ଆସିଛି,
ମୋତେ ଇଶ୍ଵର ତାଙ୍କ ସ୍ଥାନ ଛାଡିଛନ୍ତି
ମୁଁ ଚଳାଇବି
ମୁଁ ଠିକ୍ ବୁଝିଛି, ସବୁ ହେବେ ସମାନ
ସବୁ ଗାଁ, ସବୁ ସହର, ସବୁ ଦେଶ, ଏକା ।