ଖବରକାଗଜ ହକର୍ ଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁରର ଖବର କାଗଜ ହକର ଭାବରେ ସୁପରିଚିତ ଭୁବେଶ୍ୱର ରାଉତ(ମେଟ୍‌ନା)ଙ୍କର ଦେହାନ୍ତ ହୋଇଯାଇଛି । ଗତକାଲି ରାତି ଏଗାରଟାରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ସେ ଗତକିଛି ଦିନ ହେଲା ଅସୁସ୍ଥ ଥିବାବେଳେ ଗତକାଲି ତାଙ୍କରି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଦୀର୍ଘ ବର୍ଷ ଧରି ସେ ବିଭିନ୍ନ ଖବରକାଗଜ ବିତରରଣ ଦାୟିତ୍ୱ ନେଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହେଇଥିବାବେଳେ ଘରେ ଦୁଇ ଝିଅ ଓ ବିଧବା ପତ୍ନୀ ରହିଛନ୍ତି । ଅନେକ ଶ୍ରମ ସ୍ୱୀକାର କରି ସେ ଝିଅମାନଙ୍କୁ ପାଠ ପଢେଇଥିଲେ । ବଡ଼ ଝିଅ ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବାବେଳ ସାନଝିଅ ମଧ୍ୟ ଯୁକ୍ତ ଦୁଇ ଅଧ୍ୟୟନ କରିଛନ୍ତି । ତାଙ୍କରି ପରଲୋକ ଖବର ପାଇ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମାଜସେବୀ ରଶ୍ମି ରଞ୍ଜନ ପ୍ରହରାଜ, ମଳୟ କୁମାର ତ୍ରିପାଠୀ, ରଞ୍ଜନ ମହାରଣା ପ୍ରମୁଖ ଶେଷ ଦର୍ଶନ କରିଥିଲେ । ପରେ ଉତ୍ତେଇ ନଦୀ କୂଳ ଶ୍ମସାନରେ ତାଙ୍କରି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.