କୋକସରା ବ୍ଲକରେ ୮୦.୩୯ ପ୍ରତିଶତ ମତଦାନ

● ୫୧୫ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ସିଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସୂଚାରୁରୂପେ ଶେଷ ହୋଇଛି । ରବିବାର ସକାଳ ୭ଟା ସମୟରେ ମତଦାନ ଆରମ୍ଭ ହୋଇଥିବାବେଳେ ଲୋକେ ସାମଜିକ ଦୂତରା, ମାକ୍ସ ବ୍ୟବହାର ସହ ଧାଡି ବାନ୍ଧି ମତଦାନ କରିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ, ଆଜି ତୃତୀୟ ପର୍ଯ୍ୟାୟରେ କୋକସରା ବ୍ଲକର ୨୨ ଟି ପଞ୍ଚାୟତର ସମୁଦାୟା ଭୋଟର ୮୭ ହଜାର ୮୩୯ ରହିଥିବାବେଳେ ୭୦ ହଜାର ୬୧୬ ଜଣ ମତଦାତା ୨୫୬ ଟି ବୁଥରେ ସେମାନଙ୍କ ଅଞ୍ଚଳର ସରପଞ୍ଚ ୧୨୩, ସମିତି ସଭ୍ୟ ୯୬ ଓ ୱାର୍ଡ ସଭ୍ୟ ୨୮୩ ଏବଂ ୩ଟି ଜୋନର ୧୩ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭୋଟ ସାବ୍ୟସ୍ତ କରିଛନ୍ତି । ତେବେ ୨୬୨ ବୁଥ ମଧ୍ୟରୁ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ୫ଟି ବୁଥ ଓ ଆମପାଣି ପଞ୍ଚାୟତର କୁଟୁରୁ ଗ୍ରାମର ଗୋଟିଏ ବୁଥରେ ଭୋଟର ଭୋଟ ବର୍ଜନ କରିଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଥିବା ବେଳେ ସନ୍ଧ୍ୟା ସୁଦ୍ଧା ବ୍ଲକରେ ୮୦.୩୯ ପ୍ରତିଶତ ମତଦାନ ହୋଇଥିବା ନେଇ କୋକସରା ବିଡଓ ତଥା ନିର୍ବାଚନ ଅଧିକାରୀ ମନୀସା ଦାସ ସୂଚନା ଦେଇଛନ୍ତି । ବ୍ଲକର ସମ୍ବେଦନଶୀଳ ଅଞ୍ଚଳ ଆମପାଣି ପଞ୍ଚାୟତ ପଞ୍ଚାୟତ ର କୁଟୁରୁ ୱାର୍ଡ ୬ ଓ ବିରିମୁହାଁଣ ୱାର୍ଡ ୭, ଡୁଡୁକାଠେଙ୍ଗା ପଞ୍ଚାୟତର ଖଳିଗଡ଼ ବୁଥ ର ୮ ଓ ୯ ନମ୍ବର ୱାର୍ଡ, ବରାଡଙ୍ଗା ପଞ୍ଚାୟତର ଝୁଲେନବର ବୁଥ ୱାର୍ଡ ୧୧ ରେ ସୁରକ୍ଷା କଡାକଡି କରାଯାଇ ପୁଳିସ ନଜର ରହିଥିଲା । ପିଙ୍କ ବୁଥ ଭାବେ କୋକସରା ପଞ୍ଚାୟତ ର ୫ ଓ ୭ ନମ୍ବର ୱାର୍ଡ ରହିଥିବା ବେଳେ ଏହି ବୁଥରେ ମହିଳା କର୍ମଚାରୀ ମାନେ ନିର୍ବାଚନ ସୂଚାରୁରୂପେ ପରିଚାଳନା କରିଥିବା ଜଣାପଡିଛି । ଶାନ୍ତିଶୃଙ୍ଖଳା ପାଇଁ ସୂରକ୍ଷା ବ୍ୟବସ୍ଥା ସହ କୋଭିଡ଼-୧୯ କଟକଣାକୁ ପାଳନ କରାଯାଇଥିଲା। ମତଦାନ ପାଇଁ ବୁଥ ଗୁଡିକରେ ସକାଳୁ ମତଦାତାଙ୍କ ଆଗମନ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.