କଦମ୍ବଗୁଡ଼ା ସମିତି ସଦସ୍ୟା ପ୍ରାର୍ଥୀନୀ ଟିନା କରୁଆଁଙ୍କ ପଲ୍ଲା ଭାରି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଆସନ୍ତା ୨୨ ତାରିଖରେ ଲାଞ୍ଜିଗଡ଼ ବ୍ଲକରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେଉଥିବାବେଳେ ପୁରା ଦମ ଲଗାଇ ପ୍ରାର୍ଥୀମାନେ ପ୍ରଚାର କରୁଛନ୍ତି । ଏଥର ପଞ୍ଚାୟତ ନିର୍ବାଚନରେ ଅନେକ ଯୁବ ପ୍ରାର୍ଥୀ ନୂଆ କରି ରାଜନୀତି ମଇଦାନକୁ ଆସିଛନ୍ତି । ସେଥିମଧ୍ୟରୁ ଏଥର ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତରେ ସମିତି ସଦସ୍ୟା ପ୍ରାର୍ଥୀନୀ ଭାବେ ଅବତୀର୍ଣ୍ଣ ହୋଇଥିବା ଶିକ୍ଷିତ ଯୁବନେତ୍ରୀ ଟିନା କରୁଆଁ । ମହିଳା ଏସଏଚଜି ସଭାନେତ୍ରୀରୁ ରାଜନୀତିରେ ପାଦ ଥାପିଥିବା ଟିନାଙ୍କ ଦମଦାର ପ୍ରଚାର କୌଶଳ ଯୋଗୁଁ ଏବେ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତ ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ତାଙ୍କର ନିର୍ବାଚନୀ ଚିହ୍ନ ଷ୍ଟୁଲ ହୋଇଥିବାବେଳେ ତାଙ୍କ ପ୍ରାର୍ଥୀତ୍ବ ଓ ବିଜୟ ସମ୍ଭାବନା ମଧ୍ୟ ବଢ଼ିବାରେ ଲାଗିଛି । ତାଙ୍କ ବିପକ୍ଷରେ ଅନ୍ୟ ଦୁଇଜଣ ପ୍ରାର୍ଥୀନୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଜଣେ ସଚ୍ଚୋଟ ଓ କର୍ମଠ ନେତ୍ରୀ ଭାବେ ଟିନା ଆଗରେ ରହିଛନ୍ତି । ଅପରପକ୍ଷରେ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ଭୋଟରମାନେ ମଧ୍ୟ ନୂଆ ମୁହଁକୁ ସୁଯୋଗ ଦେବାକୁ ମନସ୍ଥ କରିଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଏପରି ପରିସ୍ଥିତିରେ ଶ୍ରୀମତୀ କରୁଆଁ ଘରକୁ ଘର ବୁଲି ଅଞ୍ଚଳର ପ୍ରତିଟି ଜନସାଧାରଣଙ୍କୁ ଭେଟିବା ସହ ସେମାନଙ୍କୁ ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.