ନର୍ଲାରେ କମିଛି ନିର୍ବାଚନୀ ହିଂସା

● ପରେ ଭୋଟ ଗଣତି ହେବା ମଙ୍ଗଳ ସାବ୍ୟସ୍ତ ହୋଇଛି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଚଳିତ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ହିଂସା କମିଥିବା ଦେଖିବାକୁ ମିଳିଛି । ବିଶେଷ କରି ନିର୍ବାଚନ ପୂର୍ବ ଦୁଇ ଦିନ ଓ ନିର୍ବାଚନ ଦିନ ଅନେକ ହିଂସା ସଂଘଟିତ ହୋଇଥାଏ । ବିଶେଷ କରି ନିର୍ବାଚନ ପୂର୍ବ ଦୁଇଦିନ ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ସମର୍ଥକ ଭୋଟର୍ସଙ୍କୁ ଅର୍ଥ ପ୍ରଲୋଭନ ଦେଇ ଭୋଟ ପ୍ରଭାବିତ କରୁଥିବା ଭଳି ପରିସ୍ଥିତିରେ ଉଭୟ ପ୍ରାର୍ଥୀ/ପ୍ରାର୍ଥୀନୀ ଓ ସେମାନଙ୍କ ସମର୍ଥକ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜି ଝଗଡା ଝାମେଲା ହେବା ସହ ହିଂସା ତୀବ୍ରତର ରୁପ ଧାରଣ କରିଥାଏ । ସେହିଭଳି ନିର୍ବାଚନ ଦିନ ମଧ୍ୟ ନିଜ ସପକ୍ଷରେ କମ ଭୋଟ ପଡୁଥିବା ଜାଣି ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ସମର୍ଥକ ଭୋଟଦାନ କେନ୍ଦ୍ରରେ ମୃତ୍ୟୁ ବରଣ କରିସାରିଥିବା ଭୋଟର୍ସ, ଅଞ୍ଚଳରେ ଅନୁପସ୍ଥିତ ରହିଥିବା ଭୋଟର୍ସଙ୍କ ନାମରେ ମିଛ ଭୋଟିଂ କରୁଥିବା ଜାଣି ବିପକ୍ଷ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନେ ଝଗଡା ଜାମେଲା କରିବା ସହ ହିଂସା ଉପୁଜିଥାଏ । ସେହିଭଳି ଗତ ନିର୍ବାଚନରେ ଭୋଟଦାନ ପରେ ସଂମ୍ପୃକ୍ତ ବୁଥ୍ ଗୁଡିକରେ ହିଁ ଫଳ ଜଣାପଡି ଯାଉଥିଲା । ବିଜୟୀ ହୋଇଥିବା ପ୍ରାର୍ଥୀ/ପ୍ରାର୍ଥୀନୀ ରଙ୍ଗ ଅବିର ଖେଳି ବିଜୟୋତ୍ସବ ମନାଉଥିବା ବେଳେ ପରାଜୟ ବରଣ କରିଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନେ ପ୍ରତିଶୋଧ ପରାୟଣ ହୋଇ ହିଂସା ଉପୁଯାଉଥିଲେ । ହେଲେ ଚଳିତ ନିର୍ବାଚନରେ ଭୋଟଦାନ ସରିଯିବା ପରେ ବ୍ୟାଲଟ ବାକ୍ସ ଅଣାଯାଇ ବ୍ଲକ୍ କ୍ୟାମ୍ପସସ୍ଥ ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଭୋଟ ବାକ୍ସରେ ବନ୍ଦ ହୋଇ ପଡିରହିଛି ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ଭାଗ୍ୟ । ଯାହା ନର୍ଲା ବ୍ଲକ୍ ଅଧିନସ୍ଥ ତିନିଗୋଟି ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ନର୍ଲା ନଂ- ୧ (ଭାନପୁର) ଜୋନ୍ ୨୬/୨, ନଂ-୨ (ସରିଆଁ ଜୋନ)୨୭/୨ ଓ ନର୍ଲା-୩ (ନର୍ଲା) ଜୋନ୍ ୨୮/୨ ତାରିଖରେ ଭୋଟ ଗଣନା କରାଯାଇ ଫଳ ପ୍ରକାଶ ପାଇବ । ଏଣୁ ନିର୍ବାଚନ ଫଳ ଭୋଟ ବାକ୍ସରେ ବନ୍ଦ ହୋଇ ପଡିରହିଥିବାରୁ ଚାରିଆଡେ ପରିବେଶ, ପରିସ୍ଥିତି ଶାନ୍ତ ପଡିଛି । କେବଳ ଛକ, ହାଟ, ବାଟରେ କେଉଁ ପ୍ରାର୍ଥୀ କେତେ ଟଙ୍କା ବାଣ୍ଟିଛି । କିଏ କିଭଳି ଭାବରେ ଭୋଟର୍ସଙ୍କୁ ପ୍ରଲୋଭିତ କରି ନିଜ ସପକ୍ଷରେ ଅଧିକରୁ ଅଧିକ ଭୋଟ ଆଣି ପାରିଛି ? କେଉଁ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ? ଏଭଳି ଅଙ୍କ କଷା ଚାଲିଛି । ଗତ ୨୦୧୭ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୦ ରୁ ଉଦ୍ଧ୍ୱର୍ ହିଂସା ଜନିତ କେସ୍ ନର୍ଲା ଥାନାରେ କୁ ଆସିଥିଲା । କେତେକ କେସ୍ ଆପୋସ ବୁଝାମଣା ରେ ସମାଧାନ ହୋଇଥିଲା ତ ଆଉ କେତେକ କେସ୍ ପଞ୍ଜିକରଣ ହୋଇଥିଲା । ହେଲେ ଚଳିତ ନିର୍ବାଚନରେ କାଁ ଭାଁ ହାତ ଗଣତି, ମରାପିଟା ଜନିତ ୫ ଗୋଟି କେସ୍ ନର୍ଲା ଥାନାକୁ ଆସିଥିବା ଜଣାପଡିଛି । ହେଲେ କୌଣସୀ ବି କେସ୍ ପଞ୍ଜି କରଣ କରାଯାଇନଥିବା ନର୍ଲା ପୋଲିସ୍ ସୂତ୍ରରୁ ଜଣାପଡିଛି । ମତଦାନ ସରିବା ସପ୍ତାହେ ପରେ ଭୋଟ ଗଣତି ହେବାକୁ ରହିଥିବାରୁ ଅନେକାଂଶରେ ନିର୍ବାଚନୀ ହିଂସାକୁ ରୋକିବାରେ ସଫଳ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.