ଜାତୀୟ ଭୋଟର ସଚେତନତା ପ୍ରତିଯୋଗିତା: ଭାଗ ନେଇ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତୀୟ ନିର୍ବାଚନ ଆୟୋଗ ‘ଜାତୀୟ ଭୋଟର ଦିବସ-୨୦୨୨’ ଉପଲକ୍ଷେ ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ପ୍ରତ୍ୟେକ ଭୋଟ୍ ର ଗୁରୁତ୍ଵକୁ ଦୋହରାଇବା ପାଇଁ ଏକ ଜାତୀୟ ଭୋଟର ସଚେତନତା ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ଭାରତୀୟ ନିର୍ବାଚନ କମିଶନଙ୍କ ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଏବଂ ନିର୍ବାଚନ ଅଂଶଗ୍ରହଣ (SVEEP) କାର୍ଯ୍ୟକ୍ରମ ଦ୍ଵାରା ଆରମ୍ଭ କରାଯାଇଥିବା ଏହି ଜାତୀୟ ଭୋଟର ସଚେତନତା ପ୍ରତିଯୋଗିତା ଲୋକମାନଙ୍କ ପ୍ରତିଭା ଓ ସୃଜନଶୀଳତାକୁ ବନିଯୋଗ କରିପାରିବା ସହିତ ସେମାନଙ୍କର ସମ୍ପୃକ୍ତି ଗଣତନ୍ତ୍ରକୁ ମଜଭୁତ୍ କରିପାରିବ । ବିଷୟ ବସ୍ତୁ ‘‘ମୋର ଭୋଟ ହେଉଛି ମୋର ଭବିଷ୍ୟତ- ଗୋଟିଏ ଭୋଟ୍ ର ଶକ୍ତି” (My vote is my future-Power of one Vote) । ଭାରତୀୟ ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀ ଅନୁଯାୟୀ ଯେକୌଣସି ସରକାରୀ ଭାଷା ବ୍ୟବହାର କରାଯାଇ ପାରିବ । ଏହି ପ୍ରତିଯୋଗିତା ୫ଟି ବର୍ଗରେ ହେବ ଯଥା:- କୁଇଜ୍, ସ୍ଲୋଗାନ୍, ଗୀତ, ପୋଷ୍ଟର ଡିଜାଇନ୍‌ ଏବଂ ଭିଡିଓ ମେକିଙ୍ଗ୍ । ପ୍ରତ୍ୟେକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠାନିକ, ବୃତ୍ତିଗତ ଓ ଅଧିକାରୀବର୍ଗରେ କରାଯିବ ଅର୍ଥାତ୍ ଶିକ୍ଷାନୁଷ୍ଠାନ, ଯେଉଁମାନଙ୍କର ପେଶା ଭିଡିଓ ତିଆରି କରିବା, ଗୀତ ଗାଇବା, ପୋଷ୍ଟର ଡିଜାଇନ୍ ହୋଇଥିବ ସେମାନେ ଏବଂ ଏ ସବୁଥିରେ ଅଳ୍ପ ଦକ୍ଷତା ଥିବା ସୌଖୀନ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିପାରିବେ । ସମସ୍ତ ବୟସ ଗୋଷ୍ଠୀ ପାଇଁ ପ୍ରବେଶଯୋଗ୍ୟ ଏହା କ୍ଲାଉଡ୍ ସୋର୍ସ ମାଧ୍ୟମରେ ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ୍ ର ବିଷୟବସ୍ତୁ ପାଳନ କରିବାକୁ ଲକ୍ଷ୍ୟ ରଖିଥିବା ଆବଶ୍ୟକ । ତା ୧୫.୦୩.୨୦୨୨ରିଖ ସୁଦ୍ଧା ପ୍ରାପ୍ତ ଏଣ୍ଟ୍ରି ଗୁଡ଼ିକୁ ବିଚାରକୁ ନିଆଯିବ ବୋଲି ଜଣାପଡ଼ିଛି । ପ୍ରଥମ ଜାତୀୟ ଭୋଟ୍ ସଚେତନତାରେ ଅଂଶଗ୍ରହଣ କରି ରୋମାଞ୍ଚକର ନଗଦ ଅର୍ଥରାଶି ଜିତିବାକୁ କୁହାଯାଇଛି । ଅଂଶଗ୍ରହଣ କରିବାକୁ ହେଲେ contest website https://ecisveep.nic,in/contest/ ଅନୁସରଣ କରିବାକୁ କୁହାଯାଇଛି ଏବଂ ସମ୍ପୂର୍ଣ ଗାଇଡ୍‌ଲାଇନ୍ କୁ ମଧ୍ୟ ଅନୁସରଣ କରିବାକୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.