ସରିଲା ପଞ୍ଚମ ପର୍ଯ୍ୟାୟ ମତଦାନ, ୭୦ % ଭୋଟିଂ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ହୋଇଛି ମତଦାନ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ୧୩ ହଜାର ୫୧୪ଟି ବୁଥରୁ ୨ହଜାର ୨୭ଟି ବୁଥ ସମ୍ବେଦନଶୀଳ ବୁଥ ଥିଲା । ଫେବୃଆରୀ ୨୪ ପଞ୍ଚମ ପର୍ଯ୍ୟାୟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । କିଛି ସ୍ଥାନରେ ଆଇନଶୃଙ୍ଖଳା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ । ତେବେ ପୋଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ଆଜି ଏକ ପ୍ରେସମିଟରେ ନିର୍ବାଚନ କମିଶନ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ପାଞ୍ଚୋଟି ପର୍ଯ୍ୟାୟରେ ମତଦାନ ସମାପନ ହେବାପରେ ଫେବୃଆରୀ ୨୬, ୨୭ ଓ ୨୮ ଭୋଟ ଗଣତି ଏବଂ ଫଳାଫଳ ଘୋଷଣା ହେବ ‌।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.