ମ.ରାମପୁର ଜିଲ୍ଲା ପରିଷଦ ଜୋନ୍-୧: ୧୨୮୬୪ ଭୋଟରେ ବିଜୟୀ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରାଜ୍ୟରେ ହେଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟଗଣତି ପ୍ରଥମ ପର୍ଯ୍ୟାୟ ଗତକାଲି ଆରମ୍ଭ ହେଇଥିବାବେଳେ ମ.ରାମପୁରଠାରେ ଏହି ଗଣତି ଅନୁଷ୍ଠିତ ହେଇଛି । ମ.ରାମପୁର-୧ ଜୋନ୍ ର ନଅ ଗୋଟି ପଞ୍ଚାୟତ ବାରବନ୍ଧା, ଡ଼ୁଡ଼ୁକାରଞ୍ଜା, ସାଲେପାଲି, ମୁଡ଼ିଙ୍ଗ, ସାଇଦଲଙ୍ଗା, ବମକ, ନୁନପୁର, ମ.ରାମପୁର ପଣ୍ଡକାମାଲକୁ ନେଇ ଗଠିତ ୩୩ ନମ୍ବର ଜୋନର ଗଣତି ହେଇଥିଲା । ଏଥିରେ ଲଗାତାର ଦ୍ୱିତୀୟ ଥର ପାଇଁ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ବିଜୟୀ ହେଇଛନ୍ତି । ଗତ ନିର୍ବାଚନରେ ସେ ମ.ରାମପୁର (ଖ) ଜୋନରୁ ଜିଲ୍ଳା ପରିଷଦ ହେଇଥିବାବେଳେ ଚଳିତ ଥର ସେ ମ.ରାମପୁର (କ) ଜୋନରୁ ୧୨୮୬୪ ଭୋଟରେ ବିଜୟୀ ହେଇଛନ୍ତି । ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡ଼ି ତରଫରୁ ପ୍ରାର୍ଥୀ ହେଇ ସମୁଦାୟ ୧୬୮୬୭ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଶ୍ରୀକାନ୍ତ ହୋତା ମାତ୍ର ୪୦୨୧ଭୋଟ ପାଇଛନ୍ତି । କଂଗ୍ରେସର ଦୁଷ୍ମନ୍ତ ରଣା ୨୯୭୩ ପାଇଛନ୍ତି । ତେବେ ବିଜେଡ଼ି ତରଫରୁ ପ୍ରାର୍ଥୀ ହେଇଥିବା ପୁଷ୍ପେନ୍ଦ୍ର ସିଂହଦେଓ ନିଜର ଲୋକପ୍ରିୟତା ପାଇଁ ଏହି ସଫଳତା ପାଇଥିବାବେଳେ ସେ ଅଞ୍ଚଳବାସୀଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.