ନର୍ଲା ଜୋନ୍-୨ରେ ବିଜେଡିର ହରିଶଙ୍କର ମାଝୀ ବିଜୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେଡିର ହରିଶଙ୍କର ମାଝୀ ନର୍ଲା ଜୋନ୍-୨ ଆସନରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରୋଶନ ମାଝୀଙ୍କୁ ୫୧୦୨ ଭୋଟରେ ପରାଜିତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ଏଥର ଏହି ଆସନରୁ ବିଜେଡିରୁ ହରିଶଙ୍କର ମାଝୀ, ବିଜେପିରୁ ରିନା ଭୋଇ ଓ କଂଗ୍ରେସରୁ ରୋଶନ ମାଝୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ହରିଶଙ୍କର ମାଝୀ ୧୨୩୪୨ ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ୭୨୪୦ ଭୋଟ ପାଇ କଂଗ୍ରେସର ରୋଶନ ମାଝୀ ଦ୍ବିତୀୟ ଏବଂ ବିଜେପିର ରିନା ଭୋଇ ୬୫୦୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୧୭ରେ ନର୍ଲା ଜୋନ୍-୨ରେ ବିଜେପି ବିଜୟୀ ହୋଇଥିଲା । ତେବେ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି ଏହି ଆସନକୁ କବ୍ଜା କରିଥିବା ବେଳେ ବିଜେପିର ସ୍ଥିତି ଶୋଚନୀୟ ହୋଇପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.