ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଂଚାୟତର ସମିତି ସଦସ୍ୟ ଭାବରେ ଜୟ ମେହେର ୨୫୭ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଗ୍ୟ ପଧାନଙ୍କୁ ପରାଜିତ କରି ବିଜୟ ଲାଭ କରିଛନ୍ତି । ଯୁବ ନେତା ଜୟ ମେହେର ୧୪୭୮ ଖଣ୍ଡ ଭୋଟ ପାଇଥିବା ବେଳେ ଭାଗ୍ୟ ପଧାନ ମାତ୍ର ୧୨୨୧ ଖଣ୍ଡ ଭୋଟ ପାଇଛନ୍ତି । ଜୟ ମେହେର ତାଙ୍କ ବିଜୟକୁ ଶାନ୍ତପୁର ଅଂଚଳ ବାସୀଙ୍କ ବିଜୟ । ଏହା ବାସ୍ତବରେ ସତ୍ୟ ଓ ଧର୍ମର ବିଜୟ ବୋଲି କହିଛନ୍ତି । ତାଙ୍କୁ ବହୁମତ ଦେଇ ବିଜୟ ମୁକୁଟ ପିନ୍ଧାଇ ଥିବାରୁ ଶାନ୍ତପୁର ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜଣାଇ ସବୁବେଳେ ଜନସାଧାରଣଙ୍କ ସାଥିରେ ରହିବେ ବୋଲି ମତବ୍ୟକ୍ତ କରିଛନ୍ତି । ନବ ନିର୍ବାଚିତ ଶାନ୍ତପୁର ସମିତି ସଭ୍ୟ ଜୟ ମେହେରଙ୍କୁ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଯୁବ ନେତା ହାକିମ ମେହେର, ଶାନ୍ତପୁର ସରପଞ୍ଚ ଟିକେଧର ସାହୁଙ୍କ ସମେତ ଶ୍ରୀନାଥ ନାଏକ, ପପୁ ସାହୁ, ଲାଲୁ ସାହୁ, ହେମନ୍ତ ସାହୁ, ଟଂକଧର ସାହୁ, ରଞ୍ଜିତ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।