ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ କର୍ମେଗାଁ ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି ମନୋରମା ମହାନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଆଜିତ କରୁଆଁଙ୍କୁ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ନର୍ଲା ବ୍ଲକ ଅଧ୍ୟକ୍ଷା ଥିବା ମନୋରମା ଏଥର କର୍ମେଗାଁ ସମିତି ସଭ୍ୟା ଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଶ୍ରୀମତୀ ମହାନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷା ରେସ୍ ରେ ରହିଛନ୍ତି ।