ତୃତୀୟ ପର୍ଯ୍ୟାୟ ଭୋଟ ଗଣତି: ନର୍ଲାରେ ବିଜେଡି ଆଗୁଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସୋମବାର ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଚାଲିଛି । ଆଜି ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ସମେତ ୮ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ମାନଙ୍କ ଫଳାଫଳ ଘୋଷଣା ହେଉଛି । ଅପରାହ୍ନ ୧ ସୁଦ୍ଧା ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ବିଜେଡି ପ୍ରାର୍ଥୀନୀ ଲିଲି ଦୀପ ୩୪୯୬, କଂଗ୍ରେସ ପ୍ରାର୍ଥୀନୀ ସୁନୀତା ନାଏକ ୩୦୮୩ ଓ ବିଜେପି ୨୫୭୯ ଭୋଟ ପାଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ବିଜେଡି ୪୧୩ ଭୋଟରେ ଆଗୁଆ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.