ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଖୋଲିଲା ସ୍କୁଲ: ଛାତ୍ର ଛାତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିରଞ୍ଜନ ଗଉଡ଼): ସାରା ଓଡ଼ିଶାରେ ଆଜି ଦୀର୍ଘ ପାଖାପାଖି ୨ ବର୍ଷ ପରେ ପ୍ରଥମରୁ ସମସ୍ତ ଶ୍ରେଣୀ ଖୋଲିଲା । ଏହି ପରିପ୍ରେକ୍ଷୀରେ ନର୍ଲା ଉପରପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ସେନାପତି, ବରିଷ୍ଠ ଶିକ୍ଷୟିତ୍ରୀ କ୍ରିଷ୍ଣା କୁମାରୀ ହୋତା, ସଂଗୀତା ବେହେରା ଓ ସବିତା ପାତ୍ର ଫୁଲ ଚନ୍ଦନ ଦେଇ ସ୍ୱାଗତ କରି ଶ୍ରେଣୀ ଗୃହକୁ ପାଛୋଟି ନେଇଥିଲେ । ବିଦ୍ୟାଳୟକୁ ଆସି ଛାତ୍ରଛାତ୍ରୀମାନେ ଉତ୍ସାହିତ ଥିବା ଦେଖାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.