ବେହେରା ପଞ୍ଚାୟତ: କୁମୁଦିନୀ ଗଏନ୍ତା ସରପଞ୍ଚ, କିଶୋର ଚନ୍ଦ୍ର ନାଗ ସମିତି ସଭ୍ୟ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତରେ ସରପଞ୍ଚ ଭାବରେ କୁମୁଦିନୀ ଗଏନ୍ତା ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଶ୍ରଦ୍ଧାଞ୍ଜଳୀ ତିଓ୍ବାରୀଙ୍କୁ ୫୩୦ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ସେହିଭଳି ଭାବେ ବେହେରା ପଞ୍ଚାୟତର ସମିତି ସଭ୍ୟ ଭାବରେ କିଶୋର ଚନ୍ଦ୍ର ନାଗ ୧୦୪୫ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବଳରାମ ପୁଝାରିଙ୍କ ଠାରୁ ବିଜୟ ଲାଭ କରିଛନ୍ତି । ଉଭୟଙ୍କୁ ବହୁମତ ଦେଇ ନିର୍ବାଚିତ କରିଥିବାରୁ ବେହେରା ଅଞ୍ଚଳ ବାସୀଙ୍କୁ ଶ୍ରୀମତୀ ଗଏନ୍ତା ଓ ଶ୍ରୀଯୁକ୍ତ ନାଗ କୃତଜ୍ଞତା ଜଣାଇ ସବୁବେଳେ ଜନ ସାଧାରଣଙ୍କ ସାଥିରେ ରହିବେ ବୋଲି ମତ ବ୍ୟକ୍ତ କରିଛନ୍ତି । ନବ ନିର୍ବାଚିତ ବେହେରା ପଞ୍ଚାୟତର ସରପଞ୍ଚ କୁମୁଦିନୀ ଗଏନ୍ତା ଓ ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗଙ୍କୁ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ କମିଟି ସଦସ୍ୟ ତଥା ଅଞ୍ଚଳର ବୁଦ୍ଧିଜୀବୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.