ନର୍ଲାରେ ବିଜେଡି-କଂଗ୍ରେସ କଡା ଟକ୍କର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଓଡ଼ିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଚାଲିଛି । ଏହି କ୍ରମରେ ଆଜି ସକାଳ ୮ଟାରୁ ନର୍ଲାରେ ଚାଲିଛି ଭୋଟ ଗଣତି । ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ସମେତ ୮ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ମାନଙ୍କ ଫଳାଫଳ ଘୋଷଣା ହେଉଛି । ଅପରାହ୍ନ ୪.୨୦ ସୁଦ୍ଧା ଏହି ଜୋନରେ ବିଜେଡି ଆଗୁଆ ରହିଛି । ତେବେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ବିଜେଡି ପ୍ରାର୍ଥୀନୀ ଲିଲି ଦୀପ ୫୬୦୧, କଂଗ୍ରେସ ପ୍ରାର୍ଥୀନୀ ସୁନୀତା ନାଏକ ୪୭୧୩ ଓ ବିଜେପି ପ୍ରାର୍ଥୀନୀ ପ୍ରଣତି ମହାନନ୍ଦ ଭୋଟ ପାଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ବିଜେଡି ୮୮୮ ଭୋଟରେ ଆଗୁଆ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.