ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗଣତି । ଆଜି ଶେଷ ପର୍ଯ୍ୟାୟ ଗଣତି ହୋଇଥିବାବେଲେ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ନର୍ଲାର ଜୋନ୍-୩ ସମେତ ୮ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟ ମାନଙ୍କ ଫଳାଫଳ ଘୋଷଣା ହେଉଛି । ଏହାରି ଭିତରେ ତୁଲାପଡା ସମିତି ସଭ୍ୟ ଘୋଷଣା ଉପରେ ସମସ୍ତଙ୍କ ନଜର କେନ୍ଦ୍ରିତ ହୋଇଛି । ଏହି ଆସନରୁ ଦୁଇ ହେବିଓ୍ବେଟ ମନ୍ମୟ ଚାନ୍ଦ ଓ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଲଢେଇ କରୁଛନ୍ତି । ସନ୍ଧ୍ୟା ୫ଟା ସୁଦ୍ଧା ଦୁର୍ଗାପ୍ରସାଦ ମହାନ୍ତି ୧୨୨୩ ଭୋଟ ପାଇଥିବାବେଳେ ମନ୍ମୟ ଚାନ୍ଦ ୬୩୩ ଭୋଟ ପାଇଛନ୍ତି । ଆଗକୁ ଆଉ ଅଳ୍ପ କେତୋଟି ଓ୍ବାର୍ଡର ଫଳାଫଳ ଘୋଷଣା ହେବାକୁ ଅଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ଗାପ୍ରସାଦ ବେଶ ଆଗୁଆ ଅଛନ୍ତି ।