ସାହିତ୍ୟ ଜୀବନ ପକ୍ଷରୁ ଆଭାସୀ ଗଳ୍ପ ଆସର

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ସମ୍ବଲପୁର ପକ୍ଷରୁ ଆଭାସୀ ଗଳ୍ପ ଆସର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଜୀବନ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଉକ୍ତ ଆସର ଆୟୋଜିତ ହୋଇଥିଲା ‌। ଉକ୍ତ ଆସରକୁ ସଂଯୋଜିକା ଭାବେ ସୋନାଲି ସ୍ୱପ୍ନା ପାତ୍ର ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ପରିଚାଳନା ସମ୍ପାଦିକା ରୀତା ଅପରାଜିତା ମହାନ୍ତି ସ୍ୱାଗତ ସଂଗୀତ ଗାନ କରିବା ସହ ଅତିଥି ଆମନ୍ତ୍ରଣ କରିଥିଲେ । ଉପ ସଭାପତି ଶୋଭାଗୀନି ନନ୍ଦ ଗଳ୍ପର ସଜ୍ଞା ଓ ତା’ର ବିଭିନ୍ନ ଦିଗ ଉପରେ ସମ୍ୟକ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ସଂଗ୍ରାମ କେଶରୀ ପୃଷ୍ଟି, କୋଶଳ ସାହିତ୍ୟ ଏକାଡ଼େମୀର ରାଜ୍ୟ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ସହ ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵରର ସମ୍ପାଦିକା ପ୍ରଣତି ମହାପାତ୍ର ଯୋଗ ଦେଇଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଗାଳ୍ପିକ, ଗାଳ୍ପିକା ମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲାରୁ ଶିକ୍ଷକ ଦୀନବନ୍ଧୁ ବେଜ, ନୟାଗଡ ଜିଲ୍ଲାର ଲଳିତ ମୋହନ ମିଶ୍ର, ଭୁବନେଶ୍ୱରରୁ ପୁଷ୍ପଲତା ମିଶ୍ର, ବରଗଡ଼ ଜିଲ୍ଲାର ଗାଳ୍ପିକା ଡଃ କ୍ଷୀରଦିନୀ ବେହେରା, ଗଜପତିରୁ ଡଃ ପ୍ରିୟମ୍ବଦା ସାମଲ, ଯାଜପୁର ଜିଲ୍ଲାର ଗାଳ୍ପିକା ବିନୋଦିନୀ ଦାଶ, କନ୍ଧମାଳରୁ କୈଳାଶ ଚନ୍ଦ୍ର ବେହେରାଙ୍କ ସହ ନବରଙ୍ଗପୁର ଜିଲ୍ଲାର ନଗେନ୍ଦ୍ର ରାଉତ ଗଳ୍ପ ପାଠ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଯୋଗେଶ୍ୱର ଲୁହାଙ୍କ ସମେତ ସହ ସମ୍ପାଦକ କ୍ଷମାନିଧି ବେହେରାଙ୍କ ସହ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟପ୍ରେମୀ ମାନେ ଏଥିରେ ସାମିଲ ହୋଇଥିଲେ । କୋରାପୁଟ ଜିଲ୍ଲାର ଶୋଭାଗିନୀ ନନ୍ଦ ଗଳ୍ପ ଗୁଡ଼ିକ ସମୀକ୍ଷା କରି ସମସ୍ତ ଗାଳ୍ପିକ ଗାଳ୍ପିକାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.