ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି ପଦ୍ମଲୋଚନ ଜାଲ । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବୃନ୍ଦାବନ ବାରିକଙ୍କୁ ୨୮୫ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ଏଥର ମାଣ୍ଡେଲ ପଞ୍ଚାୟତରେ ତିନି ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ସମସ୍ତ ପ୍ରାର୍ଥୀଙ୍କୁ ପଛରେ ପକାଇ ଶ୍ରୀ ଜାଲ ବିଜୟୀ ହୋଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ବିଜୟ ଉତ୍ସବ ମନାଉଛନ୍ତି । ପଦ୍ମଲୋଚନଙ୍କୁ ନର୍ଲା ବସ୍ତି ଓ କଲେଜ ଛକରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ସେ ମାଣ୍ଡେଲ ଗ୍ରାମରେ ପହଞ୍ଚିଥିଲେ । ଗ୍ରାମବାସୀମାନେ ତାଙ୍କୁ ବନ୍ଦାପନା କରିବାସହ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରୁଥିବା ଦେଖାଯାଇଛି ।