ବିଜେଡିର ନରୋତ୍ତମ ଭାଟି କେସିଙ୍ଗା ଜୋନ୍-୨ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ବ୍ଲକ ଜିଲ୍ଲା ପରିଷଦ ଜୋନ-୨ରେ ରହିଥିବା ୮ ଗୋଟି ପଂଚାୟତ ବାଲସି, ସିରୋଲ, କାଣ୍ଡେଲ, ଲଇତରା, ବୋରିଆ, କିକିଆ, କୁଣ୍ଡାବନ୍ଧ ଓ ପଥର୍ଲାରେ ହୋଇଥିବା ନିର୍ବାଚନର ଗଣତି ଫଳାଫଳ ସମ୍ପୂର୍ଣ ହୋଇଛି । ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନରୋତ୍ତମ ଭାଟି ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଜ୍ୟୋତ୍ସାମୟୀ ବଗର୍ତ୍ତିଙ୍କୁ ୯୯୬୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ଆଠ ଗୋଟି ପଂଚାୟତରେ ବିଜେଡିର ନରୋତ୍ତମ ଭାଟି ୧୪୦୭୫ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଶ୍ରୀମତୀ ବଗର୍ତି ୪୧୦୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ବଂଶୀପାଣି ସାହା ୩୯୩୯ ଖଣ୍ଡ, ଆମ ଆଦମୀ ପାଟିର ଯଶୋବନ୍ତି କର ୬୪୯ ଓ ବହୁଜନ ସମାଜ ପାର୍ଟିର ଲୋକନାଥ ନାଗ ୫୭୭ ଖଣ୍ଡ ଭୋଟ ପାଇଛନ୍ତି । ଗତ ୨୦୧୭ ନିର୍ବାଚନରେ ବିଜେପିର ଶ୍ରୀମତୀ ଭୂମିକା ନାଏକ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି ।ଅନ୍ୟପକ୍ଷରେ ବାଲସି ପଞ୍ଚାୟତରେ ଭାରତୀ ସୁନା ସରପଞ୍ଚ ଓ ଦିପ୍ତୀ କୁମାର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଭାବେ ସିରୋଲରେ ଝରଣା ବାଗ ସରପଞ୍ଚ ଓ ପ୍ରତାପ ବାଗ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । କାଣ୍ଡେଲ ପଞ୍ଚାୟତରେ ପ୍ରଭାତି ଶର୍ମା ସରପଞ୍ଚ ଓ ପୁର୍ଣ୍ଣମୀ କୁହର ସମିତି ସଭ୍ୟ, ଲଇତରାରେ ଅଶୋକ ପୋଢ ସରପଞ୍ଚ ଓ ଥବିର ଗଉଡ ସମିତି ସଭ୍ୟ, ବୋରିଆରେ ରୀମା ନାୟକ ସରପଞ୍ଚ ଓ ସୁକାନ୍ତି ବେହେରା ସମିତି ସଭ୍ୟ, କିକିଆରେ କିଶୋର କୁମାର ପ୍ରଧାନ ସରପଞ୍ଚ ଓ ଯୋଗେଶ୍ଵର ମାଝୀ ସମିତି ସଭ୍ୟ, କୁଣ୍ଡାବନ୍ଧ ପଞ୍ଚାୟତରେ ରୋଜୀ ପ୍ରଧାନ ସରପଞ୍ଚ ଓ ମନୋଜ ପଟ୍ଟନାୟକ ସମିତି ସଭ୍ୟ, ପଥର୍ଲା ସରପଞ୍ଚ ଭାବେ ଗୀତାଞ୍ଜଳି ଖର୍ସେଲ ଓ ସମିତି ସଭ୍ୟ ଭାବେ ରୋମାଞ୍ଚଳ ରଣା ନିର୍ବାଚିତ ହୋଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.