ମୋହନଗିରୀ ସରପଞ୍ଚ ହେଲେ ସୁରେନ୍ଦ୍ର ଧରୁଆ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗ୍ରାମ ପଞ୍ଚାୟତ ମୋହନଗିରୀରେ ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କୁ ନେଇ ଏଥର ପଞ୍ଚାୟତ ରେସ୍ ଚାଲିଥିଲା । ନିଜର ଲୋକପ୍ରିୟତାର ପ୍ରମାଣ ସ୍ୱରୂପ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଧରୁଆ ପୁଣିଥରେ ଚଳିତଥର ପାଇଁ ସରପଞ୍ଚ ହେଇଛନ୍ତି । ଲୋକଙ୍କ ଭଲପାଇବା ଆଉ ଆର୍ଶିବାଦ ବଳରେ ସେ ଏହି ବିଜୟ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ମୋର ନୁହେଁ, ପଞ୍ଚାୟତବାସୀଙ୍କର ଏବଂ ମୋ ପ୍ରତି ରହିଥିବା ଆସ୍ଥାକୁ ଦୃ୍‌ଷ୍ଟିରେ ରଖି ସାମୂହିକ ବିକାଶ ଦିଗରେ ଯତ୍ନବାନ ହେବି ବୋଲି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ନବନିର୍ବାଚିତ ସରପଞ୍ଚ ସୁରେନ୍ଦ୍ର ଧରୁଆ । ତେବେ ଏଠାରେ ନିଜର ସ୍ୱଚ୍ଛ ତଥା ଲୋକସେବାର ମନୋଭାବ ଯୋଗୁଁ ସେ ବିଜୟୀ ହେଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.