ସାଗରପାଲିରୁ ଆରମ୍ଭ ହେଲା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ଘରକୁ ଘର ବୁଲି ଔଷଧ ଖୁଆଇବେ ୨୬୫ ଔଷଧ ସେବନ କର୍ତ୍ତା

ଓଡ଼ିଆ ବାର୍ତ୍ତା/ ସୋନପୁର: ସୋନପୁର ବ୍ଲକ ଅଧିନସ୍ଥ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ସାଗରପାଲି ଶ୍ରୀରାମ ପାଠାଗାରଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନର ବିଧି ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ପରେ ଉପସ୍ଥିତ ଅତିଥି ଏବଂ ଜନସାଧାରଣ ମିଳିତ ଭାବେ ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଆଗାମୀ ୧୬ ତାରିଖ ଯାଏଁ ଔଷଧ ସେବନକର୍ତ୍ତାମାନେ ଘରକୁ ଘର ବୁଲି ପ୍ରତ୍ୟକ୍ଷ ଭାବେ ହିତାଧିକାରୀଙ୍କୁ ଔଷଧ ଖୁଆଇବେ । ୨ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ଫ୍ୟାଲେରିଆ ନିରାକରଣ ପାଇଁ ଏହି ଔଷଧ ନିହାତି ସେବନ କରିବା ଉଚିତ । ମହିଳା ସ୍ଵାସ୍ଥ୍ୟକର୍ମୀ ସୁମତି ବାରିକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.