ଗ୍ରାମ ପଞ୍ଚାୟତ ସ୍ତରୀୟ ସେଚ୍ଛାସେବୀ ସହାୟକ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ବ୍ଲକ ସାକ୍ଷାରତା ମିଶନ୍ କେସିଙ୍ଗା ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସେଚ୍ଛାସେବୀ ସହାୟକ ତାଲିମ ଶିବିର ତଥା ପଢନା ଲିଖନା୍ ଅଭିଯାନ ବାହାଦୁରପଦର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ଦୁଇ ଦିନ ଧରି ଚାଲିବ । ବାହାଦୁର ପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପର୍ଥଲା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ଖର୍ସେଲ , ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଳେଶ୍ବର ପୋଡ଼, କେସିଙ୍ଗା ଏ.ବି.ଇ.ଓ. ସରତ ବାରିକ, ବିନୋଦ କୁମାର ମିଶ୍ର ଏବଂ ବୋରିଆ କ୍ରଷ୍ଟର ସି.ଆର.ସି.ସି. ଧିରେନ୍ କୁମାର ପ୍ରଧାନ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ଶିକ୍ଷକ ଅବନୀ ରଞ୍ଜନ ପ୍ରଧାନ ଓ ଧିରେନ କୁମାର ପ୍ରଧାନ କେମିତି ଗାଁର ଅପାଠୁଆ ଲୋକ ମାନଙ୍କୁ ଶିକ୍ଷା ଦିଆଯାଇପାରିବ ସେ ସମ୍ପର୍କରେ ତାଲିମ ଦେଇଥିଲେ । ଏଥିରେ ବୋରିଆ ଓ ପର୍ଥଲା ପଞ୍ଚାୟତର ଅନେକ ସଚ୍ଛାସେବୀ ବୃନ୍ଦଙ୍କ ସମେତ ପଞ୍ଚାୟତ ସାକ୍ଷାରତା ପ୍ରେରକ ମହେଶ୍ୱର ମାଝୀ, ମନୋଜ କୁମାର ବଗର୍ତ୍ତୀ, ସସ୍ମିତା ସେଠୀ, ସୁଜାତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଯୋଗେଶ୍ୱର ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.