କେସିଙ୍ଗା ଏନଏସି ନିର୍ବାଚନ: ଜାଣନ୍ତୁ, ତିନି ପ୍ରମୁଖ ଦଳରୁ କେଉଁ ଓ୍ବାର୍ଡର କିଏ କଲେ ନାମାଙ୍କନପତ୍ର ଦାଖଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦବୀ ପାଇଁ ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ କାଉନସିଲର ପଦବୀ ପାଇଁ ବିଜେଡି ପକ୍ଷରୁ ୧ ନମ୍ବର ଓ୍ବାର୍ଡ ପାଇଁ ମଞ୍ଜୁଲା ସାହୁ, ୨ରୁ ଭୁପିନ୍ଦର ଘିଭେଲା, ୩ରୁ ଅନୀଲ କୁମାର ଜୈନ, ୪ରୁ ଗଗନ ସୁନାନୀ, ୫ରୁ ମଞ୍ଜୁ ମାଝୀ, ୬ରୁ ନରସିଂହ ନିଆଲ, ୭ରୁ ପ୍ରକାଶ କୁମାର ବନଛୋର, ୮ରୁ ସରସ୍ଵତୀ ସାହୁ, ୯ରୁ କବିତା ମାଝୀ, ୧୦ରୁ ପ୍ରେଣା ନାଏକ, ୧୧ରୁ ରମାକାନ୍ତ ଜେନା ଓ ୧୨ରୁ ହେମଲତା ସୁନା ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ସେହିପରି ଭାବେ ବିଜେପି ପକ୍ଷରୁ କେସିଙ୍ଗା ଏନଏସି ଅଧ୍ୟକ୍ଷ ପଦବୀ ପାଇଁ ସଚିନ ଜୈନ ଓ କାଉନସିଲର ପଦବୀ ପାଇଁ ଓ୍ବାର୍ଡ ନଂ ୧ରୁ ଯାଜ୍ଞସେନୀ ସାହୁ, ୨ରୁ ତୋଫାନ ସାହୁ, ୩ରୁ ମହାଦେବ ମଙ୍ଗରାଜ, ୪ରୁ ଧରଣୀଧର ନାଏକ,‌ ୫ରୁ ମଞ୍ଜୁଲା ନାଏକ, ୬ରୁ ଚୁଡ଼ାମଣି ବାଗ, ୭ରୁ ଗରୁଡ଼ ବନଛୋର, ୮ରୁ ଲଳିତା ମହଲା, ୯ରୁ ମଞ୍ଜୁଲା ମାଝୀ, ୧୦ରୁ ଦିବ୍ୟାଭାରତୀ ପଟ୍ଟନାୟକ, ୧୧ରୁ ମନୋଜ କୁମାର ଶର୍ମା ଓ ୧୨ନଂ ଓ୍ବାର୍ଡରୁ ଝରଣା ସୁନାନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଂଗ୍ରେସ ପକ୍ଷରୁ ରାମକୁମାର ଜୈନ କେସିଙ୍ଗା ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୧ନଂ ଓ୍ବାର୍ଡରୁ କାଉନସିଲର ପ୍ରାର୍ଥୀ ଭାବେ ଲବଣୀ ସାହୁ, ୨ରୁ ମୁରଲୀ ଗହିର, ୩ରୁ ରୋହିତ କୁମାର ଜୈନ, ୪ରୁ ଜ୍ୟୋତିକାନ୍ତ ନାଏକ, ୬ରୁ ସିରୋମଣୀ ମାଝୀ, ୭ରୁ ଚୈତନ୍ୟ ବନଛୋର, ୮ରୁ ଦୀପାଞ୍ଜଳୀ ସାହା, ୯ରୁ ଦେବକୀ ମାଝୀ, ୧୦ରୁ ବାସୁମତୀ ବାଗ, ୧୧ରୁ ସୁଭାଷ ଚନ୍ଦ୍ର ଜୈନ ଓ ୧୨ନଂ ଓ୍ବାର୍ଡରୁ ରଜନୀ ନାଗ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ କଂଗ୍ରେସ ପକ୍ଷରୁ ଓ୍ବାର୍ଡ ନମ୍ବର ୫ରେ କାଉନସିଲର ପଦବୀ ପାଇଁ କୋୖଣସି ପ୍ରାର୍ଥୀ ପତ୍ର ଦାଖଲ ହୋଇନଥିବା ଜଣାପଡିଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.