ରୁଷିଆକୁ ଆତଙ୍କବାଦୀ ଘୋଷଣା କରାଯାଉ -ଜେଲେନସ୍କି

ଓଡ଼ିଆ ବାର୍ତ୍ତା/ କିଭ୍‌: ୟୁକ୍ରେନ୍‌ର ୪୪ ବର୍ଷୀୟ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନ୍‌ସ୍କି ନିଜ ଦେଶ ଉପରେ ରୁଷିଆର ଆକ୍ରମଣ ପରେ ବ୍ରିଟେନ ସାଂସଦଙ୍କ ନିକଟରେ ଅପିଲ କରିଛନ୍ତି । ଜେଲେନ୍‌ସ୍କି କହିଛନ୍ତି ଯେ, ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରାଯାଉ । ଏହା ଦ୍ୱାରା ଆକାଶ ପଥ ସୁରକ୍ଷିତ ରହିପାରିବ । ଜେଲେନ୍‌ସ୍କି ଭିଡିଓ ଲିଙ୍କ ମାଧ୍ୟମରେ ‘ହାଉସ ଅଫ କମନ୍ସ’କୁ ସମ୍ବୋଧିତ କରି ଏହି ଐତିହାସିକ ଭାଷଣ ଦେଇଛନ୍ତି । ଜେଲେନ୍‌ସ୍କିଙ୍କ ସାଂସଦମାନେ ଛିଡ଼ା ହୋଇ ଅଭିବାଦନ କରିଥିଲେ । ଜେଲେନ୍‌ସ୍କି ମଙ୍ଗଳବାର ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ପଶ୍ଚିମ ଦେଶଗୁଡ଼ିକର ସହାୟତା ପାଇଁ ଆପଣମାନଙ୍କ ସହଯୋଗ ଚାହୁଁଛୁ । ଆମେ ଏହି ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ ଓ ବୋରିସ (ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ)ଙ୍କୁ ଧନବାଦ ଜଣାଉଛି । ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି, ଦୟାକରି ରୁଷିଆ ବିପକ୍ଷରେ କଟକଣା ବଢ଼ାଯାଉ ଓ କୃପାକରି ଏହି ଦେଶକୁ ଏକ ଆତଙ୍କବାଦୀ ଦେଶ ଘୋଷଣା କରାଯାଉ । ଦୟାକରି ସୁନିଶ୍ଚିତ କରନ୍ତୁ ଯେ, ଆମର ୟୁକ୍ରେନ୍‌ର ଆକାଶପଥକୁ ସୁରକ୍ଷିତ ରଖାଯାଉ । ଜେଲେନସ୍କି ବ୍ରିଟେନ ସାଂସଦଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ରୁଷିଆ ଆକ୍ରମଣ ବିପକ୍ଷରେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ । ଆମେ ହାରିବା ମାନିବୁ ନାହିଁ ଓ ହାରିବୁ ନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.