ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ପଶ୍ଚିମ ଓଡ଼ିଶା ଜନଜୀବନର ଆରାଧ୍ୟ ଦେବୀ ମା’ ସମଲେଶ୍ଵରୀଙ୍କ ମନ୍ଦିର ଖୋଲା ହେବାପରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ମା’ ସମଲେଇଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ତେବେ କୋଭିଡ କଟକଣା ଯୋଗୁଁ ଅନେକ ଦିନ ଧରି ମନ୍ଦିର ବନ୍ଦ ରହିଥିବା ଯୋଗୁଁ ଲୋକେ ଦେବୀଙ୍କ ଦର୍ଶନରୁ ବଞ୍ଚିତ ରହୁଥିଲେ । କୋଭିଡ ମାତ୍ରା କମିବାପରେ ଜିଲ୍ଲା ପ୍ରଶାସନ ଓ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ବିଚାର ବିମର୍ଷ ପରେ ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲିଛି ମା’ଙ୍କ ମନ୍ଦିର । ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଏନେଇ ସୂଚନା ଦେଇଛନ୍ତି, ମନ୍ଦିରର ସମ୍ମୁଖ ଦ୍ବାର-୧ ଦେଇ ଭକ୍ତମାନେ ପ୍ରବେଶ କରି ସମ୍ମୁଖ ଦ୍ବାର -୨ ଦେଇ ପ୍ରସ୍ଥାନ କରି ପାରିବେ । ପୂର୍ବ ପରି କୋଭିଡ୍‌ କଟକଣା ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ ଯାଏ ଓ ଅପରାହ୍ନ ୧ ଟାରୁ ସା ୭ ଟା ୩୦ ଯାଏ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.